ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି, ଜାଣନ୍ତୁ କଣ କଣ
ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି, ଜାଣନ୍ତୁ କଣ କଣ
admin
May 17, 2021 - 11:25
Updated: May 17, 2021 - 11:25
ଭୁବନେଶ୍ୱର: ରାଜ୍ୟ ସରକାର କିଛି ଜାଣିପାରୁନାହାନ୍ତି । ରାଜ୍ୟରେ କରୋନା ପରିସ୍ଥିତି ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ଏଭଳି କହିଛନ୍ତି । ଏଥିସହ କରୋନା ମୁକାବିଲା ନେଇ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ।
ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଏବେ ଅନେକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି । ସରକାର ଜାଣିପାରୁନାହାନ୍ତି । ପ୍ରତ୍ୟେକ ସ୍ଥାନାରେ ଟେଷ୍ଟିଂ ବ୍ୟବସ୍ଥା ହେଉ । ବିଭିନ୍ନ ରାଜ୍ୟରେ ଲକଡାଉନ ଯୋଗୁଁ ଦାଦନ ଓଡ଼ିଶା ଫେରୁଛନ୍ତି । ସେ ନେଇ ସଂକ୍ରମଣ ବଢୁଛି । ତେଣୁ ପୂର୍ବପରି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଉ । କ୍ୱାରେଣ୍ଟାଇନ ସେଣ୍ଟର କରାଯାଉ । ଔଷଧପତ୍ର ବି ଦିଆଯାଉ । ଆଶା ଓ ଦଳୀୟ କର୍ମୀ, ବିଭିନ୍ନ ବ୍ୟକ୍ତିଙ୍କୁ ନେଇ କୋଭିଡ ମ୍ୟାନେଜମେଣ୍ଟ ହେଉ । କୋଭିଡ ଗ୍ରାମାଭିମୁଖୀ ହେଉଛି । ସ୍ୱାସ୍ଥ୍ୟ ସେବା ବି ଗ୍ରାମାଭିମୁଖୀ ହେଉ ବୋଲି ବିଜେପି ସାଂସଦ ବସନ୍ତ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସଂକ୍ରମଣ ଟିକେ କମିଛି । ୧୦ରୁ ୧୨ ହଜାର ଭିତରେ ରହୁଛି । ଟ୍ରାନ୍ସମିଶନ ଚେନ ବ୍ରେକ କରିବାକୁ ଲକଡାଉନ ଜରୁରୀ ଥିଲା । ୨ରୁ ୮ ସପ୍ତାହ ମଧ୍ୟରେ ଲକଡାଉନର ପ୍ରଭାବ ଜଣାପଡ଼ିବ । ସଂକ୍ରମଣ କମିବ । ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନଏମଙ୍କୁ ନଜର ରଖିବା ପାଇଁ କୁହାଯାଇଛି । ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନଏମ ଘରକୁ ଘର ବୁଲି ଟେଷ୍ଟିଂ କରୁଛନ୍ତି । ସିଡିଏମଓ ଓ ଜିଲ୍ଲାପାଳ ରେଗୁରାଲ ଆସେସମେଣ୍ଟ କରୁଛନ୍ତି । ଗାଁମାନଙ୍କରେ ସାମାନ୍ୟତମ ଅଧିକ ସଂକ୍ରମଣ ଅଛି । ବିଶେଷ ଅଧିକ ନାହିଁ । ବର୍ତ୍ତମାନ ଗାଁ ମାନଙ୍କରେ ୫୫ରୁ ୬୦ ପ୍ରତିଶତ ସଂକ୍ରମଣ ଅଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।