ବାଣୀବିହାର ଓଭର ବ୍ରିଜ ଉପରେ ୨୦ ହଜାର ଟଙ୍କା ଲୁଟ

ବାଣୀବିହାର ଓଭର ବ୍ରିଜ ଉପରେ ୨୦ ହଜାର ଟଙ୍କା ଲୁଟ

ବାଣୀବିହାର ଓଭର ବ୍ରିଜ ଉପରେ ୨୦ ହଜାର ଟଙ୍କା ଲୁଟ
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଓଭର ବ୍ରିଜ ଉପରେ ଜୈନକା ଯୁବତୀଙ୍କ ଠାରୁ ୨୦ ହଜାର ଟଙ୍କା ଲୂଟ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସସ୍ମିତା ପାତ୍ର ନାମ୍ନୀ ଜୈନକା ଯୁବତୀ ଓଭର ବ୍ରିଜ ଉପରେ ନିଜର ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ଦୃବୃତ୍ତ ତାଙ୍କୁ ପିଛା କରି ଆସି ଅତର୍କିତ ଭାବେ ତାଙ୍କର ଭ୍ୟାନିଟି ବ୍ୟାଗ ଟିକୁ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ ବ୍ୟାଗରେ ନଗଦ ୨୦ ହଜାର ଟଙ୍କା,ଗୋଟିଏ ସେଲ ଫୋନ,ଓ ଏଟିଏମ କାର୍ଡ ଥିବା ସେ ପ୍ରକାଶ କରିଛନ୍ତି । ଏ ଲୂଟ ସମ୍ପର୍କରେ ଯୁବତୀ ଜଣକ ଲିଖିତ ଭାବେ ସହୀଦ ନଗର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।