ବାଲେଶ୍ୱରରେ ଚିହ୍ନଟ ହେଲେଣି ୧୩ ଡେଙ୍ଗୁ ରୋଗୀ

ବାଲେଶ୍ୱରରେ ଚିହ୍ନଟ ହେଲେଣି ୧୩ ଡେଙ୍ଗୁ ରୋଗୀ

ବାଲେଶ୍ୱରରେ ଚିହ୍ନଟ ହେଲେଣି ୧୩ ଡେଙ୍ଗୁ ରୋଗୀ
ବାଲେଶ୍ଵର: ଡରାଇଲାଣି ଡେଙ୍ଗୁ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଳେଶ୍ୱରରେ ମହମ୍ମଦ ନଗର ପଟଣା, ଲକ୍ଷ୍ମଣନାଥ, ଶିଖରପୁର, ରାଜନଗର ଗାଁରେ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ତେବେ ମହମ୍ମଦ ନଗର ପଟଣାରେ ବର୍ତ୍ତମାନ ସୁଦ୍ଧା 120 ଜଣକଙ୍କର ରକ୍ତ ପରୀକ୍ଷା କରାଯିବାରୁ 13 ଜଣଙ୍କୁ ଡ଼େଙ୍ଗୁ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ରାସ୍ତାଘାଟରେ କୁଢ଼ କୁଢ଼ ମଇଳା ପଡ଼ି ରହିଥିବାବେଳେ ଡ୍ରେନ ସଫେଇ ହୋଇନାହିଁ । ପାଣି ଜମି ରହିବା ଯୋଗୁ ମଶା ବଂଶବିସ୍ତାର କରୁଛନ୍ତି । ଯାହାଫଳରେ ଡେଙ୍ଗୁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଜନସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିବା ଡା ପ୍ରଭାସ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି । ତେବେ ଗ୍ରାମରେ ଦିନକୁ ଦିନ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଗ୍ରାମରେ ଲୋକେ ଭୟବିତ ଅଛନ୍ତି ।