ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟଦ୍ୱାର କେମିତି ହେବା ଆବଶ୍ୟକ ଆସନ୍ତୁ ଜାଣିବା

ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟଦ୍ୱାର କେମିତି ହେବା ଆବଶ୍ୟକ ଆସନ୍ତୁ ଜାଣିବା

ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟଦ୍ୱାର କେମିତି ହେବା ଆବଶ୍ୟକ ଆସନ୍ତୁ ଜାଣିବା
ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟଦ୍ୱାରରେ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଏହା ସବୁ ପ୍ରକାର ଶକ୍ତିର ପ୍ରବେଶ ପଥ । ମୁଖ୍ୟଦ୍ୱାର ବାସ୍ତୁ ନିର୍ଦ୍ଧାରିତ ସ୍ଥାନରେ ଥିଲେ ଘରେ ସକାରାତ୍ମକ ଏବଂ ଭୁଲ ସ୍ଥାନରେ ଥିଲେ ନକାରାତ୍ମକ ଶକ୍ତି ପ୍ରବେଶ କରେ । ଭାରତୀୟ ଆଧ୍ୟାତ୍ମିକ ଦର୍ଶନ ଓ ପରମ୍ପରା ଅନୁସାରେ ସ୍ୱସ୍ତିକ ଚିହ୍ନ ଅତି ପବିତ୍ର ଏକ ମଙ୍ଗଳକର । କେତେକ ଶାସ୍ତ୍ରରେ ଏହାକୁ ସୂର୍ଯ୍ୟ ଓ ଆଉ କିଛି ଶାସ୍ତ୍ରରେ ଏହା ଶ୍ରୀଗଣେଶଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଉଛି । ସ୍ୱସ୍ତିକ ଶୁଭ, ସମୃଦ୍ଧି ଓ ମଙ୍ଗଳର ଚିହ୍ନ । ମୁଖ୍ୟଦ୍ୱାର ବାସ୍ତୁତ୍ରୁଟିଯୁକ୍ତ ଥିଲେ ସେଠାରେ ଘିଅ ଓ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ ଅଙ୍କ କରନ୍ତୁ । କିମ୍ବା ସ୍ୱସ୍ତିକ ଚିହ୍ନ ଲଗାନ୍ତୁ । ଏହା ସୂର୍ଯ୍ୟ ଓ ଶ୍ରୀଗଣେଶଙ୍କ ପ୍ରତୀକ । ଏହାଙ୍କ ଉପସ୍ଥିତି ପରିବାର ପାଇଁ ସେମାନଙ୍କ ଆଶୀର୍ବାଦ ସ୍ୱରୂପ । ସ୍ୱସ୍ତିକ ଚିହ୍ନର ଆକାର ୭ ଅଙ୍ଗୁଳି ବା ୯ ଆଙ୍ଗୁଳି ବିଶିଷ୍ଟ ହେବା ଉଚିତ । ଯଦି ପରିବାରର କୌଣସି ସଦସ୍ୟ ଦୀର୍ଘ ଦିନରୁ ରୋଗକଷ୍ଟ ଭୋଗୁଛନ୍ତି, ଶୁଭ କାର୍ଯ୍ୟ ସମୟରେ ବାରମ୍ବାର ବିଘ୍ନ ଘଟୁଛି, ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ସ୍ଥାୟୀ ସମସ୍ୟାର ସମାଧାନ ହୋଇପାରୁନାହିଁ, ତା ହେଲେ ମୁଖ୍ୟ ପ୍ରବେଶ ପଥରେ ଅଷ୍ଟଧାତୁ କିମ୍ବା ତମ୍ବାରେ ନିର୍ମିତ ସ୍ୱସ୍ତିକ ଝୁଲାନ୍ତୁ । ପର୍ବପର୍ବାଣୀ, ଧାର୍ମିକ ଏବଂ ଶୁଭକାର୍ଯ୍ୟ ସମୟରେ ଘରେ ସିନ୍ଦୂର, ମୁରୁଜ କିମ୍ବା କୁମ୍କୁମ୍ର ସ୍ୱସ୍ତିକ ଅଙ୍କନ କଲେ ଉକ୍ତ କାର୍ଯ୍ୟ ସଫଳ ହେବା ସହ ନିର୍ବିଘ୍ନରେ ସମ୍ପନ୍ନ ହେବା ସହ ଶୁଭଫଳ ପ୍ରାପ୍ତ ହୁଏ । ବ୍ୟବସାୟରେ ଲାଭ ପାଇଁ ଘରର ଦକ୍ଷିଣ କାନ୍ଥରେ ସ୍ୱସ୍ତିକ ଲଗାନ୍ତୁ ବା ଅଙ୍କନ କରନ୍ତୁ । ଧଳା କାଗଜରେ ସ୍ୱସ୍ତିକ ଚିତ୍ର କରି ଷ୍ଟଡିରୁମ ବା ପଢ଼ାଘରେ ଥିବା ଟେବୁଲ ସମ୍ମୁଖସ୍ଥ କାନ୍ଥରେ ଟାଙ୍ଗନ୍ତୁ । ପିଲାଙ୍କ ଏକାଗ୍ରତା ବୃଦ୍ଧି ପାଇବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହେବ । ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ବିଦୁ୍ୟତ ଖୁଣ୍ଟ ବା ଗଛ ଥିଲେ ଦ୍ୱାରରେ ସ୍ୱସ୍ତିକ ଫଳକ ଲଗାନ୍ତୁ ।