ବିଜେଡି ୫୫୪, ୭ ଶହ ଟପିପାରେ
ବିଜେଡି ୫୫୪, ୭ ଶହ ଟପିପାରେ

ଭୁବନେଶ୍ୱର: ଚାଲିଛି ଦ୍ୱିତୀୟ ଦିନର ଭୋଟ ଗଣତି। ବିଳମ୍ବିତ ରାତି ଯାଏଁ ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ । ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ଶେଷ ଖବର ମୁତାବକ ୨ ଦିନ ଧରି ଚାଲିଥିବା ପଞ୍ଚାୟତ ଭୋଟ ଗଣତିରେ ବିଜେଡି ସଂଖ୍ୟା ସଫଳତା ପାହାଡ଼ରେ ପହଂଚିଛି।
ବିଜେଡି ୬୨o ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୫୫୪ ଜୋନରେ ଆଗୁଆ ଅଛି। ସେଥିରୁ ୩o୫ଟି ଆସନରେ ବିଜେଡି ଜିତିସାରିଛି, ବାକି ଆସନରେ ଆଗୁଆ ଚାଲିଛି ବିଜେଡି। ବିଜେପି ୩୧ ଓ କଂଗ୍ରେସ ୨୯ ଓ ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ୭ଟି ଜୋନରେ ଆଗୁଆ ଅଛନ୍ତି।
ଯେଉଁ ହାରରେ ବିଜେଡି ଆଗେଇ ଚାଲିଛି, ଶେଷବେଳକୁ ବିଜେଡି ଆରାମରେ ୭oo ଟପିଯିଵ। ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।