ବିଦ୍ୟୁତ ପାଇଁ ରାସ୍ତାରୋକ

ବିଦ୍ୟୁତ ପାଇଁ ରାସ୍ତାରୋକ

ବିଦ୍ୟୁତ ପାଇଁ ରାସ୍ତାରୋକ
କଟକ: ସାମୁଦ୍ରିକ ବାତ୍ୟା ଫୋନି ଆସି ସମସ୍ତଙ୍କର ଘରଦ୍ୱାର ଉଜାଡି ଦେଇଛି । କଟକର ବାଙ୍କୀରେ ପ୍ରାୟ ବିଦ୍ୟୁତ୍ ଖୁଂଟ ଉପାଡି ଦେଇଥିବାରୁ ଆଜି ଯାଏଁ ବିଦ୍ୟୁତ୍ ଆସି ପାରିନି । ବାତ୍ୟାର ୧୨ ଦିନ ପରେ ବି ବିଦ୍ୟୁତ ନ ଆସିବାରୁ ଲୋକମାନେ ରାସ୍ତାରୋକ କରିଛନ୍ତି । କଟକ-ବାଙ୍କୀ ରାସ୍ତା ଷଣ୍ଢପୁର ଢାବା ଛକ ଠାରେ ଉତଡାଗଡବାସୀ ରାସ୍ତାରୋକ କରିଛନ୍ତି । ତୁରନ୍ତ ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରୋକ କରିବାରୁ ଗମନାଗମନ ଠପ୍ ହୋଇପଡିଛି ।