ପୁଣି ୩ ମାସ ଯାଂଚ କୋହଳ

ପୁଣି ୩ ମାସ ଯାଂଚ କୋହଳ

ଭୁବନେଶ୍ୱର:ନୂଆ ଆଇନରେ ଟ୍ରାଫିକ୍ ଯାଂଚ ଆଉ ୩ ମାସ କୋହଳ କରାଯାଇଛି । ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗାଡି କାଗଜପତ୍ର ଯାଂଚକୁ କୋହଳ କଲେ ରାଜ୍ୟ ସରକାର । ଆରଟିଓ ଅଫିସରେ ପ୍ରବଳ ଭିଡ ଦୃଷ୍ଟିରୁ ଯାଂଚ କୋହଳ କରାଯାଇଛି । ପୂର୍ବରୁ ୩ ମାସ ପାଇଁ ନିୟକ କୋହଳ କରିଥିଲେ ରାଜ୍ୟ ସରକାର । ଡିସେମ୍ବର ୧ରୁ ନୂଆ ନିୟମ କଡାକଡି ଭାବେ ଲାଗୁ ହେବାର ଥିଲା ।