ବିଧାୟକ ମଦନମୋହନ ଦତଙ୍କ ପରଲୋକ ।

ବିଧାୟକ ମଦନମୋହନ ଦତଙ୍କ ପରଲୋକ ।

ବିଧାୟକ ମଦନମୋହନ ଦତଙ୍କ ପରଲୋକ ।
ବିଜେପି ବିଧାୟକ ମଦନମୋହନ ଦତଙ୍କ ପରଲୋକ ହୋଇଯାଇଛି । ଏନେଇ ତାଙ୍କ ପୁଅ ମାନସ ସୂଚନା ଦେଇଛନ୍ତି । ହୃଦଘାତରେ ଶିକାର ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ୧୯୫୭ ମସିହା ଅଗଷ୍ଟ ୧୩ରେ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ଦତ । ସମାଜସେବାରେ ନିମଗ୍ନ ମଦନମୋହନ ରାଷ୍ଟ୍ରବାଦ ବିଚାରଧାରାରେ ଉଦବୋଧିତ କରୁଥିଲେ । ଗତ ୨୦୧୯ ନିର୍ବାଚନରେ ସେ ବାଲେଶ୍ୱରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ଅକାଳ ବିୟୋଗରେ ଏବେ ଶୋକର ଛାୟା ଖେଳିଯାଇଛି । ବିଧାନସଭାରେ ମଧ୍ୟ ମଦନମୋହନ ବେଶ ଶାଣିତ ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ସହ ନିଜ ଅଂଚଳର ବିକାଶ ପାଇଁ ଲଢେ଼ଇ କରିଆସୁଥିଲେ ।