ବିଷାକ୍ତ ଖାଦ୍ୟ ଯୋଗୁଁ ତିନି ଭାଇ ଭଉଣୀ ମୃତ: ଦୁଇ ଗୁରୁତର

ବିଷାକ୍ତ ଖାଦ୍ୟ ଯୋଗୁଁ ତିନି ଭାଇ ଭଉଣୀ ମୃତ: ଦୁଇ ଗୁରୁତର

ବିଷାକ୍ତ ଖାଦ୍ୟ ଯୋଗୁଁ ତିନି ଭାଇ ଭଉଣୀ ମୃତ: ଦୁଇ ଗୁରୁତର
ମାଲକାନଗିରି : ଖାଦ୍ୟ ବିଷାକ୍ତ କାରଣରୁ ପରିବାରର ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବାର ସୂଚନା ରହିଛି । ମାଲକାନଗିରି କଚେଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରରେ ଖାଦ୍ୟ ବିଷାକ୍ତ ହେବା କାରଣରୁ ତିନି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇପଡିଛନ୍ତି । ମୃତ ତିନିଜଣଙ୍କ ମଧ୍ୟରେ ୨ ଭଉଣୀ ଥିବାବେଳେ ଜଣେ ଭାଇ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୧୨ , ୭ ଓ ୩ ବର୍ଷ ବୋଲି ସୂଚନା ରହିଛି। ମାଆ ଓ ଆଉ ଜଣେ ଭଉଣୀ ଗୁରୁତର ରହିଛନ୍ତି । ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଡାକ୍ତର ଖାନା ନିଆଯାଇଛି । ତେବେ କିଭଳି କେଉଁ ପରିସ୍ଥିତିରେ ଗୋଟିଏ ପରିବାରରେ ତିନିଜଣ ପିଲାଙ୍କର ମୃତ୍ୟୁ ହୋଇଛି ସେନେଇ ତଥ୍ୟ ସଂଗ୍ରହ କରିବାକୁ ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚିଥିବାର ସୂଚନା ରହିଛି