ବୋଲିଂ କରୁ କରୁ ଚାଲିଗଲା ଜୀବନ

ବୋଲିଂ କରୁ କରୁ ଚାଲିଗଲା ଜୀବନ

ବୋଲିଂ କରୁ କରୁ ଚାଲିଗଲା ଜୀବନ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ଦାଣ୍ଡିସାହି ଗ୍ରାମରେ ଚାଲିଥିବା ଏକ କ୍ରିକେଟ ମ୍ୟାଚବେଳେ ଅଘଟଣ ଘଟିଛି । ବୋଲିଂ କରୁ କରୁ ଜଣେ ଯୁବ ଖେଳାଳି ପଡିଆରେ ଟଳି ପଡିଛନ୍ତି  । ସୁପର ଓଭର ଶେଷ ବଲ୍ ପକାଇବା ପରେ ତାଙ୍କ ଜୀବନ ଅକାଳରେ ଶେଷ ହୋଇଯାଇଛି  ।

ସୂଚନା ଅନୁସାରେ, ରବିବାର ଦିନ ପଟ୍ଟାମୁଣ୍ଡାଇ ବ୍ଲକ୍ ଦାଣ୍ଡିସାହିଠାରେ  ଟୁର୍ନାମେଣ୍ଟ୍ର ଫାଇନାଲ ମ୍ୟାଚ୍ରେ ତରଡିପାଳ ଓ ଫୁଲପାଟଣା ମୁହାଁମୁହିଁ ହୋଇଥିଲେ  । ଯାଜପୁର ବରୀ ବ୍ଲକ୍ ଅନ୍ତର୍ଗତ ବାରିବିଲି ଗ୍ରାମ ପଢିହାରୀ ସାହିର ଦାମୋଦର ପରିଡାଙ୍କ ପୁଅ କାହ୍ନୁଚରଣ ତରଡିପାଳ ଟିମ୍ ପକ୍ଷରୁ ଖେଳୁଥିଲେ  । ମ୍ୟାଚ୍ ଟାଇ ହେବାରୁ ସୁପରଓଭର୍ ଖେଳାଯାଇଥିଲା  । ୪ ଓଭର୍ ବିଶିଷ୍ଟ ସୁପରଓଭର୍ର ଶେଷ ଓଭର୍ ପକାଉଥିଲେ କାହ୍ନୁଚରଣ  । ୫ଟି ବଲ୍ ପରେ ଶେଷ ବଲ୍ ପକାଇବାକୁ ଦୌଡିବା ଆରମ୍ଭ କରୁକରୁ କାହ୍ନୁଚରଣ ହଠାତ୍ ପଡିଆରେ ଟଳି ପଡିଥିଲେ  ।

କେହି କିଛି ବୁଝିବା ଆଗରେ ସେ ଚେତା ହରାଇ ସାରିଥିଲେ  । ସାଥୀ ଖେଳାଳିମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଅଣ୍ଢରା ମେଡିକାଲ୍କୁ ନେଇଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଏପରି ଦୁଃଖଦ ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନ ଥିବାବେଳେ ଖବର ପାଇଁ କାହ୍ନୁଚରଣଙ୍କ ପରିବାରରେ କାନ୍ଦବୋବାଳି ପଡିଯାଇଥିଲା  । ଏଥିପାଇଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି।