ବୈଜ୍ଞାନିକଙ୍କ ଚିନ୍ତା ବଢାଇଲା କରୋନାର ନୂଆ ଲକ୍ଷଣ ।

ବୈଜ୍ଞାନିକଙ୍କ ଚିନ୍ତା ବଢାଇଲା କରୋନାର ନୂଆ ଲକ୍ଷଣ ।

ବୈଜ୍ଞାନିକଙ୍କ ଚିନ୍ତା ବଢାଇଲା କରୋନାର ନୂଆ ଲକ୍ଷଣ ।
ବିଶ୍ୱ ମହାମାରୀ କରୋନାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆମେରିକାକୁ ସବୁଠାରୁ ପ୍ରଭାବିତ କରିଥିବା କରୋନା ୫ ଥର ଲକ୍ଷଣ ବଦଳାଇଲାଣି । ସେଠାରେ ଟାଇପ୍ ଏ ଓ ଟାଇପ୍ ବି ଏମିତି ଦୁଇଟି ପ୍ରକାର ସଂକ୍ରମଣ ବ୍ୟାପୁଛି । ଏବେ ୟୁଏସ ସେଂଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ସଂସ୍ଥା କରୋନାର ୬ ଟି ନୂଆ ଲକ୍ଷଣ ସଂପର୍କରେ ସୂଚନା ଦେଇଛି । ଯଦି କାହାକୁ ଥଣ୍ଡା ଅନୁଭବ ହେଉଛି, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଆଖି ଗୋଲାପୀ ଦେଖା ଯିବା ,ଗଳା କୁଣ୍ଡେଇହବା ଏବଂ ସ୍ୱାଦ ଓ ଗନ୍ଧ ବାରିବାରେ ଅସୁବିଧା ଭୋଗିବା ଭଳି ଲକ୍ଷଣ ଦେଖାଦେଲେ ତାଙ୍କୁ କରୋନା ହୋଇଥିବାର ଯଥେଷ୍ଟ ସଂଭାବନା ରହୁଛି । ଭୂତାଣୁ ସଂକ୍ରମଣର ୨ ରୁ ୧୪ ଦିନ ଭିତରେ ଏସବୁ ଲକ୍ଷଣ ରୋଗୀ ଠାରେ ଦେଖା ଦେଉଛି । ପୂର୍ବରୁ ଜ୍ୱର ଶୁଖିଲା କାଶ ଏବଂ ଶ୍ୱାସ କ୍ରିୟାରେ ସମସ୍ୟା ଦେଖା ଦେଉଥିଲା । ଏବେ ଆଉ ୬ ଟି ନୂଆ ଲକ୍ଷଣ ପ୍ରକାଶ ପାଇବା ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି ।