ବଢ଼ିଲା ବସ୍ ଭଡ଼ା

ବଢ଼ିଲା ବସ୍ ଭଡ଼ା

ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାରେ କରୋନା କଟକଣା କୋହଳ କରାଯାଇଛି। ‌ଏହି ଜିଲ୍ଲାଗୁଡ଼ିକରେ ବସ୍‌ ଚଳାଚଳକୁ ଅନୁମତି ମିଳିଛି। ଡିଜେଲ ଦର ଅନୁସାରେ ବଢ଼ିଲା ବସ୍ ଭଡ଼ା । ଅର୍ଡିନାରି ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ ପଇସା ବୃଦ୍ଧି ପାଇଛି । ସେହିପରି ସୁପର ପ୍ରିମିୟମ୍ ବସ ଭଡ଼ା ପ୍ରତି କିଲୋମିଟର ପିଛା ୧୨ ପଇସା ବଢ଼ିଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ତୁରନ୍ତ ଲାଗୁ କରାଯାଇଛି ।
ଗତ ୪ ମାସ ମଧ୍ୟରେ ଡିଜେଲ ଦର ୯ ଟଙ୍କା ପାଖପାଖି ବୃଦ୍ଧି ପାଇଥିବାରୁ ଏହି ଦରବୃଦ୍ଧି ହୋଇଛି । ଦରବୃଦ୍ଧି ପରେ ଅର୍ଡିନାରି ବସ ଭଡ଼ା କିଲୋମିଟର ପିଛା ୮୯ ପଇସା ଏବଂ ଏକ୍ସପ୍ରେସ ବସରେ ଗଲେ ପ୍ରତି କିଲୋମିଟରକୁ ଦେବାକୁ ପଡ଼ିବ ୯୩ ପଇସା । ଡିଲକ୍ସ ବସ ଭଡ଼ା କିଲୋମିଟରକୁ ୧ ଟଙ୍କା ୨୯ ପଇସା ହୋଇଥିବା ବେଳେ ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୫୭ ପଇସା ହୋଇଛି । ଆଉ ସୁପର ପ୍ରିମିୟମ ବସ ଭଡ଼ା ପ୍ରତି କିଲୋମିଟରକୁ ୨ ଟଙ୍କା ୪୪ ପଇସା ହୋଇଛି ।