ଭାରତ କିଣିଛି ୬୦ କୋଟି କରୋନା ଟିକା!

ଭାରତ କିଣିଛି ୬୦ କୋଟି କରୋନା ଟିକା!

ଭାରତ କିଣିଛି ୬୦ କୋଟି କରୋନା ଟିକା!
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପ୍ରସ୍ତୁତ ଚାଲିଥିବା ଅଧିକାଂଶ କରୋନା ଭାଇରସ ଟିକା ଦୁଇଟି ଡୋଜରେ ବଜାରରେ ଉପଲବ୍ଧ ହେବ । କରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ଓ ଶରୀରରେ ପ୍ରତିରକ୍ଷା ଶକ୍ତି ବଢ଼ାଇବାକୁ ହେଲେ ଦୁଇଥର ଟିକାକରଣ କରିବାକୁ ପଡ଼ିବ । ଅଗ୍ରିମ ବଜାର ପ୍ରତିବଦ୍ଧତାର ଏକ ବିଶ୍ୱସ୍ତରୀୟ ବିଶ୍ଲେଷଣରେ ଏହା ପ୍ରକାଶ ପାଇଛି ଯେ, ଏହି ଡୋଜ କିଣିବା କ୍ଷେତ୍ରରେ ଆମେରିକା ଆଗରେ ଅଛି । ଆମେରିକା ୮୧ କୋଟି ଡୋଜ ପୂବରୁ ଅର୍ଡର କରିବା ସହ ୧.୬ ବିଲିୟନ ଡୋଜ ଅଧିକ ପାଇବାକୁ ଚେଷ୍ଟା କରୁଛି । ଅନେକ ଉଚ୍ଚ ଓ ମଧ୍ୟମ ଆୟକାରୀ ଦେଶ ଅକ୍ଟୋବର ୮ ସୁଦ୍ଧା ପ୍ରାୟ ୩.୮ ବିଲିୟନ ଡୋଜ ବରାଦ କରିସାରିଛନ୍ତି । ଏହା ବ୍ୟତୀତ ଆଉ ପାଞ୍ଚ ବିଲିୟନ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି । କରୋନା ଟିକା କ୍ଷେତ୍ରରେ ଭାରତ ମଧ୍ୟ ବଡ଼ ପଦକ୍ଷେପ ନେଇଛି । ୬୦ କୋଟି ଡୋଜ କିଣିବା ପାଇଁ ପ୍ରସ୍ତୁତ ଥିବା ବେଳେ ଏକ ବିଲିୟନ ଟିକା ପାଇବାକୁ ଭାରତ ଉଦ୍ୟମ ଚଳାଇଛି । ସେହିପରି ଟିକା ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ଅଛି । ଅପର ପକ୍ଷରେ ୮୧ କୋଟି ଡୋଜ ନେଇଥିବା ବେଳେ ୧.୬ ବିଲିୟନ ଡୋଜ କ୍ରୟ ପାଇଁ ପ୍ରସ୍ତୁତି ଚଳାଇଛି । ଭାରତ ମଧ୍ୟ ଆଉ ୧ ବିଲିୟନ ବା ୧୦୦ କୋଟି ଡୋଜ କିଣିବା ପାଇଁ କଥାବାର୍ତ୍ତା ଜାରି ରିଖିଛି ।