ଭାରତ-ଚୀନ ମଧ୍ୟରେ ୧୫ ଘଂଟାର ବୈଠକ

ଭାରତ-ଚୀନ ମଧ୍ୟରେ ୧୫ ଘଂଟାର ବୈଠକ

ଭାରତ-ଚୀନ ମଧ୍ୟରେ ୧୫ ଘଂଟାର ବୈଠକ
ନୂଆଦିଲ୍ଲୀ:ଭାରତ-ଚୀନ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଦୁଇ ପକ୍ଷଙ୍କ ମଧ୍ୟରେ ୧୫ ଘଂଟାର ମାରାଥନ ବୈଠକ ବସିଥିଲା । କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଛି । ପୂର୍ବ ଲଦାଖର ମୋଲଡୋରେ ଅନୁଷ୍ଠିତ ବୈଠକ ସରିଲା । ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଛି । ଏହି ବୈଠକରେ ଭାରତ-ଚୀନ ସୀମାକୁ ନେଇ ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା । ସୀମରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ ରୋକଠୋକ କହିଛି। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ନିମନ୍ତେ ରବିବାର ଦିନ ଭାରତ ପୁଣି ଥରେ ଚୀନ୍‌କୁ କହିଛି। ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା।