ଭାରତରେ ସର୍ବପ୍ରଥମେ ଉପଲବ୍ଧ ହେବ କେଉଁ ଟିକା : ଜାଣିବା ପାଇଁ ପଢନ୍ତୁ
ଭାରତରେ ସର୍ବପ୍ରଥମେ ଉପଲବ୍ଧ ହେବ କେଉଁ ଟିକା : ଜାଣିବା ପାଇଁ ପଢନ୍ତୁ
admin
Nov 20, 2020 - 06:25
Updated: Nov 20, 2020 - 06:25
ନୂଆଦିଲ୍ଲୀ : କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ବିକାଶର ପ୍ରୟାସ ଜାରି ରହିଛି । ଏପରିକି କିଛି ଟିକା ଫଳପ୍ରଦ ବୋଲି ମଧ୍ୟ ଖବର ପ୍ରକାଶିତ ହେବା ସହିତ ସାମାନ୍ୟ ଆଶା ସଞ୍ଚାର ହୋଇଥିଲା । ଫାଇଜରର ଟିକା ୯୦ ପ୍ରତିଶତ, ସ୍ପୁଟନିକ-ଭି ୯୨ ପ୍ରତିଶତ ଏବଂ ମଡର୍ଣ୍ଣାର ଟିକା ୯୫ ପ୍ରତିଶତ ସଫଳ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ବ୍ୟତୀତ ଅକ୍ସଫୋର୍ଡର ଟିକା ଆଷ୍ଟ୍ରାଜେନେକା ମଧ୍ୟ ବୟସ୍କ ମାନଙ୍କ ଠାରେ ଫଳପ୍ରଦ ହେଉଥିବା ଜଣାପଡିଥିଲା ।
ତେବେ ଆସନ୍ତୁ ନଜର ପକାଇବା ନିର୍ମାଣ କରାଯଉଥିବା ଟିକା ମଧ୍ୟରେ କେଉଁଟି ଅଧିକ ଫଳପ୍ରଦ ଏବଂ ଏହା କେଉଁ ପର୍ଯ୍ୟାୟର ପରୀକ୍ଷଣରେ ରହିଛି । ଆଷ୍ଟ୍ରାଜେନେକାର ପରୀକ୍ଷଣ ତୃତୀୟ ପର୍ଯ୍ୟାରେ ରହିଥିବା ବେଳେ ଏହାର ଫଳାଫଳ ଆସିବ । ଏହି ଟିକାକୁ ୨-୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖିହେବ ।
ମଡର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଥମ ତଥ୍ୟ ମିଳିଥିବା ବେଳେ ଏହାକୁ ୨ରୁ ୮ ଡିଗ୍ରୀ ମଧ୍ୟରେ ୩୦ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ । ଫାଇଜର ଟିକା ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି । ତେବେ ଏହି ଟିକା -୭୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇପାରିବ । ସ୍ପୁଟନିକ-ଭି ଟିକାକୁ -୧୮ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଉଥିବା ବେଳେ ଋଷରେ ଏହାର ବ୍ୟବହାରିକ ଅନୁମତି ମିଳିସାରିଛି ।
ଆଇସିଏମଆର ଏବଂ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବା ବେଳେ ଏହା ୨-୮ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରହିଥାଏ । ଆଉ ଏକ ଟିକା ନୋଭା ଭ୍ୟାକ୍ସ ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛି । ଏହାକୁ ମଧ୍ୟ ସମାନ ୨-୮ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାିଥାଏ ।
ଏହି ଟୀକା ମଧ୍ୟରୁ ମଡର୍ଣ୍ଣା ଏବଂ ନୋଭାଭ୍ୟାକ୍ସର ପରୀକ୍ଷଣ ଭାରତରେ କରାଯାଇନାହିଁ । ଫାଇଜର ଟୀକାର ସଂରକ୍ଷଣ ପାଇଁ ଯେଉଁ ତାପମାତ୍ରା ଆବଶ୍ୟକ ଭାରତରେ ତାର ବ୍ୟବହାର କଷ୍ଟସାଧ୍ୟ । ସ୍ପୁଟନିକ ଭିର ମଧ୍ୟ ସମାନ ଅବସ୍ଥା । ଭାରତୀୟ ପରିବେଶ ଏବଂ ପରସ୍ଥିତିକୁ ଦୃଷ୍ଟିରେ ରଖିଲେ କୋଭାକ୍ସିନ ଏବଂ ଆଷ୍ଟ୍ରାଜେନେକା ଏହି ଦୌଡରେ ସବୁଠାରୁ ଆଗରେ ଅଛନ୍ତି । ଆଷ୍ଟ୍ରଜେନେକା ଟିକାର ମୂଲ୍ୟ ୨୨୫ ଟଙ୍କା ପାଖାପାଖି ରହିପାରେ ମାତ୍ର ଏ ସମ୍ପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଫାଇଜର ଟିକାର ମୂଲ୍ୟ ଆମେରିକାରେ ୨୦ ହଲାର ରହିଥିବା ବେଳେ ଭାରତୀୟ ବଜାରରେ ଏହା ପ୍ରାୟ ୨୦୦୦ ଟଙ୍କାରେ ଉପଲବ୍ଧ ହେବ । ତେବେ ସମଗ୍ର ଭାରତରେ -୭୦ ଡିଗ୍ରୀର ତାପମାତ୍ରା ଶୃଙ୍ଖଳ ତିଆରି କରିବା ଅସମ୍ଭବ ବ୍ୟାପାର ।
ମଡର୍ଣ୍ଣା ଟିକା ନେଇ କୌଣସି ଭାରତୀୟ କମ୍ପାନୀ ଚୁକ୍ତି କରିନଥିବା ବେଳେ ଏହାର ମୂଲ୍ୟ ୪ ହଜାର ଟଙ୍କା ପାଖାପାଖି ରହିବ । ଏହି ମୁଲ୍ୟରେ ୧୩୦ କୋଟି ଲୋକଙ୍କ ଟିକାକରଣର ନିତାନ୍ତ ଅସମ୍ଭବ ବ୍ୟାପାର ମନେହେଉଛି । ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନ ଏହି ତାଲିକାରେ ରହିଥିବା ସବୁଠାରୁ ମିତବ୍ୟୟୀ ବିକଳ୍ପ । ଭାରତ ବାୟୋଟେକ ପରିଚାଳନା ନିଦେ୍ର୍ଧଶକ ଡ. କୃଷ୍ଣା ଲାଲ କହିଥିଲେ ଏକ ବୋତଲ ପାଣିଠାରୁ ଟିକାର ଦାମ ଅଧିକ ହେବା ଅନୁଚିତ । ଏହି ଟିକାର ମୂଲ୍ୟ ୨୦ ଟଙ୍କାରୁ କମ ରହିପାରେ । ତେବେ ୧୩୦ କୋଟି ଦେଶବାସୀଙ୍କ ପାଇଁ ପ୍ରସ୍ତୁତି କମ୍ପାନୀ ନିମନ୍ତେ ବଡ ଚ୍ୟାଲେଞ୍ଜ ରହିବ ।
ଋଷୀୟ ଟୀକା ସ୍ପୁଟନିକ-ଭିର ମୂଲ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ଅନ୍ୟ ଟିକା ତୁଳନାରେ ଏହାର ମୂଲ୍ୟ କମ ରହିବ ବୋଲି ଆଶା କରାଯାଉଛି ।