ଭିମ୍ସାରରେ ଛାତ୍ରଙ୍କୁ ର୍ୟାଗିଂ ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି
ଭିମ୍ସାରରେ ଛାତ୍ରଙ୍କୁ ର୍ୟାଗିଂ ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି
admin
Mar 12, 2021 - 06:17
Updated: Mar 12, 2021 - 06:17
ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର୍ୟାଗିଂ କରାଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦେଶରେ ଆଣ୍ଟି ର୍ୟାଗିଂ ସେଲ୍ର ୧୦ଜଣିଆ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ୩ ଦିନ ପୂର୍ବେ ଭିମ୍ସାରର ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ଛାତ୍ରାବାସକୁ ଚତୁର୍ଥ ବର୍ଷର କିଛି ଛାତ୍ର ବିଳମ୍ବିତ ରାତିରେ ପଶିବା ସହ ଗାଳିଗୁଲଜ କରିଥିଲେ । ଏସମ୍ପର୍କରେ ଛାତ୍ରମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଯେଉଁ ଘଟଣାକୁ ନେଇ ଚତୁର୍ଥ ବର୍ଷର ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ଛାତ୍ରାବାସ ସଂଖ୍ୟା ୪ ଓ ୬କୁ ପ୍ରବେଶ କରିଥିଲେ । ଛାତ୍ରାବାସ ମଧ୍ୟରେ ଶୋଇଥିବା ୬ ଜଣ ଛାତ୍ରଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଉଚରା କରିବା ସହ କାହିଁକି କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ କହିଲେ ସେନେଇ ଗାଳିଗୁଲଜ କରିଥିଲେ ।
ଦ୍ୱିତୀୟ ବର୍ଷର ଛାତ୍ରମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅର୍ଧନଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ଠେଲାପେଲା ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଆକ୍ରମଣର ଶିକାର ଛାତ୍ରମାନେ ଭିମ୍ସାର କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣା ସମ୍ପର୍କରେ ପୁନଃ ଅଭିଯୋଗ କରିଥିଲେ । ଏନେଇ ଭିମ୍ସାର କର୍ତ୍ତୃପକ୍ଷ ଆଣ୍ଟି ର୍ୟାଗିଂ ସେଲ୍କୁ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।