ଭୋଟରଙ୍କ ଆଙ୍ଗୁଠି ଶୁଙ୍ଘୁଛି ଟିଏମସି

ଭୋଟରଙ୍କ ଆଙ୍ଗୁଠି ଶୁଙ୍ଘୁଛି ଟିଏମସି

ଭୋଟରଙ୍କ ଆଙ୍ଗୁଠି ଶୁଙ୍ଘୁଛି ଟିଏମସି
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଘମାସନ ଲଢେ଼ଇ ହେଉଛି । ପଶ୍ଚିମବଙ୍ଗ ଉପରେ ବିଜେପି ନଜର କେନ୍ଦ୍ରୀଭୂତ କରିଥିବାବେଳେ ମମତା ବାନାର୍ଜୀଙ୍କୁ ଝଟକା ଦେବା ପାଇଁ ଯୋଜନା କରିଛି । ଅପରପକ୍ଷରେ ମମତା ବାନାର୍ଜୀ ଓ ଟିଏମସି କାର୍ଯ୍ୟକର୍ତାମାନେ ମୋଦିଙ୍କ ରଣନୀତିକୁ ବିଫଳ କରିବା ପାଇଁ ନୂଆ ତରିକା ଆପଣାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନାନୁଯାୟୀ, ଇଭିଏମରେ ଥିବା ଟିଏମସି ଚିହ୍ନରେ ଏକ ନିର୍ଦ୍ଧିଷ୍ଟ ପରଫୁ୍ୟମ ଲଗାଯାଇଛି । ଲୋକମାନେ ପ୍ରକୃତରେ ସେହି ଦଳକୁ ଭୋଟ ଦେଉଛନ୍ତି କି ନାହିଁ ତାହା ଜାଣିବା ନିମନ୍ତେ ଭୋଟରଙ୍କ ଆଙ୍ଗୁଠି ଶୁଙ୍ଘି ଯାଂଚ କରାଯାଉଛି । ଟିଏମସିର ଏଭଳି ରଣନୀତି ଅନେକଙ୍କୁ ବିସ୍ମିତ କରିଛି । ବୁଥଗୁଡ଼ିକ ଠାରୁ ୨୦୦ ମିଟର ଦୂର ଏକ ନିରାପଦ ସ୍ଥାନରେ ଟିଏମସି କର୍ମକର୍ତାମାନେ ଏକତ୍ରିତ ହୋଇ ବୁଥ ଫେରନ୍ତା ଭୋଟରଙ୍କ ଅଙ୍ଗୁଳି ଶୁଙ୍ଘୁଛନ୍ତି । ସୁଗନ୍ଧକୁ ବାରି ସେମାନେ ଭୋଟ ସଂକ୍ରାନ୍ତ ତଥ୍ୟ ହାସଲ କରୁଛନ୍ତି । ଟିଏମସିକୁ ଭୋଟ ଦେଇନଥିବା ଲୋକଙ୍କୁ ତାଗିଦ କରାଯାଉଛି । ଏମିତିକି ଧମକଚମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଜେପି ଏନେଇ ଟିଏମସିକୁ ଟାର୍ଗେଟ କରିଥିବାବେଳେ ଟିଏମସି ଅଭିଯୋଗକୁ ଖଣ୍ଡନ କରିଛି ।