ଦଳରେ ଅଣଦେଖା କରାଯାଉଛି : ଅଶୋକ ପାଣିଗ୍ରାହୀ

ଦଳରେ ଅଣଦେଖା କରାଯାଉଛି : ଅଶୋକ ପାଣିଗ୍ରାହୀ

ଦଳରେ ଅଣଦେଖା କରାଯାଉଛି : ଅଶୋକ ପାଣିଗ୍ରାହୀ
ଭୁବନେଶ୍ୱର : ବିଜେପୁର ନିର୍ବାଚନରେ ଭୋଟ ବ୍ୟବଧାନ ବଢ଼ାଇବା ପାଇଁ ଗୋଟିଏ ପଟେ ବିଜେଡ଼ି ରଣନୀତି କରିସାରିଥିବାବେଳେ ଅପରପକ୍ଷରେ କଂଗ୍ରେସ ଓ ବିଜେପିରେ ପ୍ରାର୍ଥୀଙ୍କୁ ନେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅସନ୍ତୋଷ ଝାଡ଼ିଛନ୍ତି ନେତା । ବହୁ ଚର୍ଚ୍ଚିତ ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ପରୋକ୍ଷରେ ଦଳୀୟ ନେତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତିଯେ, ଦଳରେ ତାଙ୍କୁ ଅଣଦେଖା କରାଯାଉଛି । ତାଙ୍କୁ କୌଣସିି ଦାୟିତ୍ୱ ଦିଆଯାଉନାହିଁ । ଦଳ ପକ୍ଷରୁ ଏଭଳି କାହିଁକି କରାଯାଉଛି ସେ ବୁଝିପାରୁନାହାନ୍ତୁ ବୋଲି ଅଶୋକ କହିଛନ୍ତି । ସେହିପରି ପ୍ରାର୍ଥୀଙ୍କୁ ନେଇ ସେ କହିଛନ୍ତିଯେ, ପ୍ରାର୍ଥୀ ଯୋଗ୍ୟ କି ଅଯୋଗ୍ୟ ତାହା ଫଳାଫଳରୁ ଜଣାପଡ଼ିବ । ବୋଧହୁଏ ପ୍ରାର୍ଥୀଙ୍କର କିଛି ପ୍ଲସ ପଏଂଟ ଥିବ । ସଂସଦୀୟ ବୋଡର଼୍ର ନିଷ୍ପତିକୁ ମୁଁ ଚ୍ୟାଲେଞ୍ଜ କରିପାରିବି ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ସେହିପରି ସେ ବିଜେପିରେ ଅଛନ୍ତି ଓ ବିଜେଡ଼ି ପକ୍ଷରୁ ତାଙ୍କୁ କେହି ଯୋଗାଯୋଗ କରିନାହାନ୍ତି । ଦଳ ଛାଡ଼ିବା ନେଇ ଯେଉଁ କଥା ଉଠୁଛି ତାହା ସମ୍ପୂର୍ଣ୍ଣ ଭୁଲ । ବିଜେପୁରରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେ଼ଇ ହେବ । ସେ ନିର୍ବାଚନରେ ଗୁଣ୍ଡୁଚିମୂଷା ଭଳି କାମ କରିବେ ବୋଲି କହିଛନ୍ତି ।