ମହରମ ଶୋଭାଯାତ୍ରାକୁ ମନାକଲେ ସର୍ବୋଚ୍ଚ କୋର୍ଟ
ମହରମ ଶୋଭାଯାତ୍ରାକୁ ମନାକଲେ ସର୍ବୋଚ୍ଚ କୋର୍ଟ
admin
Aug 27, 2020 - 10:06
Updated: Aug 27, 2020 - 10:06
ନୂଆଦିଲ୍ଲୀ : ମହରମ ଶୋଭାଯାତ୍ରାକୁ ଅନୁମତି ଦେଲେନି ସର୍ବୋଚ୍ଚ କୋର୍ଟ । ଶନିବାର ଏବଂ ରବିବାର ଦେଶବ୍ୟାପୀ ମହରମ ଶୋଭାଯାତ୍ରା ଆୟୋଜନକୁ ନେଇ ଦାଖଲ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏହି ଶୋଭାଯାତ୍ରାକୁ ଅନୁମତି ପ୍ରଦାନ କରାଗଲେ ଦେଶବ୍ୟାପୀ କରୋନାର ବିସ୍ତାରକୁ ଗୋଟଗିଏ ନିର୍ଦ୍ଧିଷ୍ଟ ଧର୍ମ ସହିତ ଯୋଡାଯିବ ବୋଲି କହିବା ସହିତ ଅନୁମତି ଦେବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ମୁ୍ଖ୍ୟ ବିଚାରପତି ଏସ୍ ଏ ବୋବଡେ ଏହି ମାମଲାର ଶୁଣାଣି କରିଥିଲେ । ଏହା ସହିତ ପିଟିସନରଙ୍କ ପକ୍ଷରୁ ପୁରୀ ରଥଯାତ୍ରାର ଉଦାହରଣ ଦିଆଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାହାକୁ ଖାରଜ କରାଯାଇଥିଲା । ରଥଯାତ୍ରା କେବଳ ଗୋଟିଏ ସ୍ଥାନରେ କରାଯିବା ପାଇଁ ଅନୁମତି ଦିଆଯାଇଥିଲା, ତାହା ପୁଣି ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ । ଯଦି କୌଣସି ଗୋଟିଏ ସ୍ଥାନରେ ଏପରି ଶୋଭାଯାତ୍ରା ପାଇଁ ଅନୁମତି ମଗାଯାଏ ତେବେ ଏହା ଉପରେ ବିଚାର କରାଯିବ ବୋଲି ସର୍ବୋଚ୍ଚ କୋର୍ଟ ପ୍ରକାଶ କରିଥିଲେ । ଉତ୍ତର ପ୍ରଦେଶର ସୟେଦ କବାଲ ଜୱାଦଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା ।