ମହାଦେବ ଶଙ୍କର ଦୁର୍ଗାଙ୍କୁ ଦେଇଥିଲେ ଏହି ଅସ୍ତ୍ର, ଜାଣନ୍ତୁ
ମହାଦେବ ଶଙ୍କର ଦୁର୍ଗାଙ୍କୁ ଦେଇଥିଲେ ଏହି ଅସ୍ତ୍ର, ଜାଣନ୍ତୁ
ଯୁଗେ ଯୁଗେ ଅଧର୍ମର ବିନାଶ କରି ଧର୍ମ ସଂସ୍ଥାପନ କରିବା ପାଇଁ ଭିନ୍ନ ଭିନ୍ନ ରୂପରେ ଧରାପୃଷ୍ଠରେ ଜନ୍ମ ନିଅନ୍ତି ମା’। ପାପୀମାନଙ୍କର ବିନାଶ କରିବା ପାଇଁ ସାଜିଥାଏ ଦୁଷ୍ଟନାଶିନୀ, ଦର୍ପଦଳିନୀ, ଖର୍ପର ଧାରିିଣୀ ମହିଷା ମର୍ଦ୍ଦିନୀ ମା’ଦୁର୍ଗା । ସଙ୍କଟ ହାରିଣୀ, ଦୁର୍ଗତି ନାଶିନୀ ମା’ଦୁର୍ଗା ହେଉଛନ୍ତି ମହାମାୟୀ । ଯେତେବେଳେ ଧରାଧାମରେ ହିଂସାର ମାତ୍ରା ବଢିଯାଏ, ସେତେବେଳେ ହିଂସାକୁ ହିଂସାରେ ଦମନ କରିବା ପାଇଁ ଧରାଧାମରେ ଆବିର୍ଭାବ ହୁଅନ୍ତି ମା’ । ପାଞ୍ଚ ବର୍ଷର ବାହୁଯୁଦ୍ଧ ଅନ୍ତେଞ୍ଚଭଗବାନ ବିଷ୍ଣୁ ଚକ୍ରଦ୍ୱାରା ଅସୁରଙ୍କ ମସ୍ତକ ଛେଦନ କଲେ, ଦେବତା ଓ ଦାନବଙ୍କ ମଧ୍ୟରେ ହୋଇଥିବା ଶତବର୍ଷର ସଂଗ୍ରାମରେ ଦେବତାଙ୍କ ନେତୃତ୍ୱ ନେଇଥିଲେ ଇନ୍ଦ୍ର ଓ ଅସୁରଙ୍କ ନେତୃତ୍ୱ ନେଇଥିଲେ ମହିଷାସୁର । ସେହି ଯୁଦ୍ଧରେ ଦେବତାମାନେ ପରାଜିତ ହେଲେ । ଦେବତାମାନେ ପ୍ରଜାପତି ବ୍ରହ୍ମାଙ୍କୁ ଅଗ୍ରଦୂତ ରୂପେ ବରଣ କରି ଭଗବାନ ବିଷ୍ଣୁ ଓ ଶଙ୍କରଙ୍କ ଶରଣାପନ୍ନ ହେଲେ । ପରାଜୟର କଥା ଶୁଣି ଭଗବାନ ବିଷ୍ଣୁ ଓ ମହାଦେବ କୋପିତ ହେଲେ, ଭଗବାନ ବିଷ୍ଣୁଙ୍କ ମୁଖରୁ ମହାତେଜ ନିର୍ଗତ ହେଲା । ଏହାପରେ ବ୍ରହ୍ମା ଶଙ୍କର ଓ ଅନ୍ୟ ଦେବତାଙ୍କ ଶରୀରରୁ ତେଜ ବାହାରିଲା । ସମସ୍ତ ମହାତେଜ ଏକାକାର ହୋଇ ଏକ ନାରୀ ରୂପରେ ତିନିଲୋକରେ ପରିବ୍ୟାପ୍ତ ହୋଇଗଲା ଓ ଦେବତାଙ୍କ ତେଜରେ ଏହି ନାରୀଙ୍କ ଅଙ୍ଗପ୍ରତ୍ୟଙ୍ଗ ନିର୍ମିତ ହେଲା । ଏହି ମହାଦେବୀଙ୍କୁ ଶଙ୍କର ନିଜ ଆୟୁଧରୁ ତ୍ରୀଶୂଳ, ବିଷ୍ଣୁ-ଚକ୍ର, ବରୁଣ-ଶଙ୍ଖ, ଅଗ୍ନ-ଶକ୍ତି, ବାୟ-ଧନୁଷ ଏବଂ ଶରପୂର୍ଣ୍ଣ ତୁଣୀର ଅର୍ପଣ କରିଥିଲେ । ଏହା ସହିତ ଇନ୍ଦ୍ର -ବଜ୍ର ଓ ଘଣ୍ଟା, ଯମରାଜ-କାଳଦଣ୍ଡ, ବରୁଣ-ପାଶ, ପ୍ରଜାପତି-ସ୍ଫଟିକମାଳା, ବ୍ରହ୍ମା-କମଣ୍ଡଳୁ, ସୂର୍ୟ୍ୟ-କିରଣ, କାଳ-ଢାଲ ଓ ଖଣ୍ଡା ପ୍ରଦାନ କରିଥିଲେ ଏବଂ କ୍ଷୀର ସମୁଦ୍ର ରତ୍ନ ଆଭୂଷଣ, ବିଶ୍ୱକର୍ମା-ଫାର୍ଶା ଓ ଅସ୍ତ୍ର ଅଭେଦ୍ୟ କବଚ, ସମୁଦ୍ର-କମଳ ପୁଷ୍ପ, ହିମାଳୟ ବାହାନ ପାଇଁ ସିଂହ ଓ ବିବିଧ ରତ୍ନ, କୁବେର-ମଧୂପୂର୍ଣ୍ଣ ପାନ ପାତ୍ର, ନାଗରଜ-ନାଗହାର ଅର୍ପଣ କରିଥିଲେ । ଏହାପରେ ମା’ଦୁର୍ଗା ପ୍ରଚଣ୍ଡ ଗର୍ଜନ କରି ଉଠିଲେ । ବାହାନ ସିଂହ ଘୋର ନାଦ କରିଉଠିଲା । ତିନି ପୁର କମ୍ପି ଉଠିଲା । ଅଧର୍ମର ବିନାଶ ପାଇଁ ଆବିର୍ଭୂତ ହେଲେ ମା’ ।