ମହାରାଷ୍ଟ୍ର ସରକାରୀ କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ଓ ସ୍ଲିପର ମନା
ମହାରାଷ୍ଟ୍ର ସରକାରୀ କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ଓ ସ୍ଲିପର ମନା
admin
Dec 12, 2020 - 11:26
Updated: Dec 12, 2020 - 11:26
ମୁମ୍ବାଇ: ମହାରାଷ୍ଟ୍ରରେ କୌଣସି ସରକାରୀ କର୍ମଚାରୀ ଅଫିସକୁ ଜିନ୍ସ, ଟି-ସାର୍ଟ କିମ୍ବା ସ୍ଲିପର ପିନ୍ଧି ଆସିପାରିବେ ନାହିଁ । ଗତ ୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା କୁହାଯାଇଛି । ଏଥିସହ ଏହି ସବୁ କର୍ମଚାରୀମାନେ ଶୁକ୍ରବାର କେବଳ ଖଦୀ ପୋଷାକ ପିନ୍ଧିବେ । ଏହା ଦ୍ୱାରା ଖଦୀ ବସ୍ତ୍ରର ପ୍ରଚାର ପ୍ରସାର ଘଟିବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ପରିବାର ବିଶେଷ ଭାବେ ଉପକୃତ ହେବେ । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅଫିସରେ ଅଧିକାଂଶ କର୍ମଚାରୀ ବିଶେଷ କରି ଚୁକ୍ତିଭିତ୍ତିକ କର୍ମଚାରୀ ଓ ସରକାରୀ କାର୍ଯ୍ୟ ପାଇଁ ନିୟୋଜିତ ପରାମର୍ଶଦାତାମାନେ ଜଣେ ସରକାରୀ କର୍ମଚାରୀଙ୍କୁ ସୁହାଇବା ଭଳି ଉପଯୁକ୍ତ ପୋଷାକ ପିନ୍ଧି ଅଫିସ ଆସୁନାହାନ୍ତି । ଫଳରେ ସର୍ବସାଧାରଣରେ ସରକାରୀ କର୍ମଚାରୀଙ୍କ ଛବି ଖରାପ ହେଉଛି । ଯଦି ପୋଷାକ ଅନୁପଯୁକ୍ତ ଓ ଅପରିଷ୍କାର ହୋଇଥିବ ତାହା ଜଣେ କର୍ମଚାରୀଙ୍କ ପାଇଁ କାର୍ଯ୍ୟ କରିବା ଉପରେ ପରୋକ୍ଷରେ ପ୍ରଭାବ ପକାଇଥାଏ ।