ସଫେଇ ସମ୍ପର୍କିତ ସମସ୍ୟା, ବିଏମସି ଜାରି କଲା ଟୋଲ ଫି୍ର ନମ୍ବର

ସଫେଇ ସମ୍ପର୍କିତ ସମସ୍ୟା, ବିଏମସି ଜାରି କଲା ଟୋଲ ଫି୍ର ନମ୍ବର

ସଫେଇ ସମ୍ପର୍କିତ ସମସ୍ୟା, ବିଏମସି ଜାରି କଲା ଟୋଲ ଫି୍ର ନମ୍ବର
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମରେ ଖୁବଶୀଘ୍ର ଲାଗ ହେବ ସଫେଇ ମିତ୍ର କାର୍ଯ୍ୟକ୍ରମ । ଗତ ନଭେମ୍ବର ୧୯ ରୁ ସାରା ଦେଶରେ ସଫାଇ ମିତ୍ର କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିଲା । ଏ ନେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ଦେୟମୁକ୍ତ ୨୪ ଘଣ୍ଟିଆ ଫୋନସେବା-ନମ୍ବର ୧୪୪୨୦ ଜାରି କରିଛନ୍ତି । ତେବେ ଏହି ଫୋନ ସେବାକୁ ଦେଶର ପ୍ରଥମ କରି ଭୁବନେଶ୍ୱର ମହାନଗର ନିଗମ ଲାଗୁ କିଛି । ସହରରେ ଥିବା ସେପ୍ଟିକ ଟାଙ୍କି ଏବଂ ସ୍ୱେରେଜ ଲାଇନରେ ସୁରକ୍ଷିତ ସଫେଇକୁ ପ୍ରୋତ୍ସାହନ କରିବା ଏବଂ ସଫେଇ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ନାଗରିକମାନେ ଉକ୍ତ ଟୋଲ ଫି୍ର ନମ୍ବରରେ ଯୋଗାଯୋଗ କରିବା ପାଇଁ ମହାନଗର ନିଗମ ପକ୍ଷରୁ ନିବେଦନ କରାଯାଇଛି । ବିଶେଷ କରି ବସ୍ତିବାସିନ୍ଦାଙ୍କ ପରିମଳ ତଥା ମଳ ପରିଚାଳନାରେ ଉନ୍ନତି ଆଣିବା ପାଇଁ ନିଗମ ଦ୍ୱାରା ସ୍ୱତନ୍ତ୍ର ରିହାତି ସେସପୁଲ ସେବା ଯୋଗାଇ ଦିଆଯାଉଛି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏଥିସହିତ ଏହି ଟୋଲ ଫି୍ର ନମ୍ବର ସହ ଭୁବନେଶ୍ୱର ମବହାନଗର ନିଗମର ଟୋଲ ଫି୍ର ନମ୍ବର ୧୮୦୦୩୪୫୦୦୬୧ ସହିତ ଲିଙ୍କ କରାଯାଇଛି ।