ମହିଳାଙ୍କ ଆପତ୍ତିଜନକ ଫଟୋ ଇଣ୍ଟରନେଟରୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମହିଳାଙ୍କ ଆପତ୍ତିଜନକ ଫଟୋ ଇଣ୍ଟରନେଟରୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମହିଳାଙ୍କ ଆପତ୍ତିଜନକ ଫଟୋ ଇଣ୍ଟରନେଟରୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ୍, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନେର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ସାଇଟ୍ ଏବଂ ଲିଙ୍କକୁ ଇଣ୍ଟରନେଟରୁ ହଟାଇବା ପାଇଁ କୁହାଯାଇଛି। ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୬ ତାରିଖରେ କରିବାକୁ ସ୍ଥିର କରିଛନ୍ତି। ମହିଳାଙ୍କ ଆବେଦନ ଉପରେ ଜବାବ ରଖିବାକୁ ଗୁଗୁଲ, ୟୁଟ୍ୟୁବ, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସାଇବର ସେଲକୁ ନିର୍ଦେଶ ଦେଇଛନ୍ତି। ଛଦ୍ମ ନାମରେ ପରିଚାଳିତ ହେଉଥିବା ଅଶ୍ଳୀଳ ସାଇଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଜଣେ ମହିଳା ଆବେଦନ କରିଛନ୍ତି। ସେହିଭଳି ସାଇଟରେ ପ୍ରକାଶ ପାଉଥିବା ମହିଳାଙ୍କ ନଗ୍ନ, ଯୌନ ସଂପର୍କିତ କିମ୍ବା ବିକୃତ ଫଟୋକୁ ମଧ୍ୟ ହଟାଇବା ପାଇଁ ଗୁଗୁଲକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ପ୍ରାର୍ଥନା କରାଯାଇଛି। ଆସନ୍ତା ଶୁଣାଣି ପୂର୍ବରୁ ଆବେଦନକାରୀଙ୍କ ଏସବୁ ଫଟୋକୁ ହଟାଇବା ନିମନ୍ତେ ଗୁଗୁଲ, ୟୁଟ୍ୟୁବ୍, କେନ୍ଦ୍ର ଏବଂ ଦିଲ୍ଲୀ ପୁଲିସର ସାଇବର ସେଲର ଓକିଲମାନେ ପଦକ୍ଷେପ ନେବେ ବୋଲି କୋର୍ଟ କହିଛନ୍ତି।