ମହିଳାଙ୍କୁ କମେଣ୍ଟ କରିବାରୁ ଚପଲ ମାଡ଼

ମହିଳାଙ୍କୁ କମେଣ୍ଟ କରିବାରୁ ଚପଲ ମାଡ଼

ମହିଳାଙ୍କୁ କମେଣ୍ଟ କରିବାରୁ ଚପଲ ମାଡ଼
ବାଲିଅନ୍ତା: କଥାରେ ଅଛି ଚୋର ମୁହଁ ଟାଣ । ଏହି ଲୋକକଥାଟି ସତ ବୋଲି ବାଳକାଟି ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣାରୁ ପ୍ରମାଣିତ ହୋଇଛି । ଚୋରା ମଦ କାରବାର କରୁଥିବା ଜଣେ ଯୁବକ ଏହି ବେଆଇନ କାରବାରକୁ ବିରୋଧ କରୁଥିବା ଜଣେ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ ମାରି ହଟହଟା ହୋଇଛନ୍ତି । ଚପଲ ମାଡ଼ ଖାଇବା ପରେ ଫାଣ୍ଡିରେ ମହିଳାଙ୍କୁ କ୍ଷମା ମାଗିବା ପର୍ଯ୍ୟନ୍ତ କଥା ଯାଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ମହିଳା ଜଣକ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାରକୁ ବିରୋଧ କରୁଥିବା ମହିଳା ଗୋଷ୍ଠୀ ସକି୍ରୟ ସଦସ୍ୟା । ସେ ଏକାକୀ ସ୍ଥାନୀୟ ସରକଣା ବଜାରରେ ମାର୍କେଟିଂ କରୁଥିଲେ । ତାଙ୍କୁ ଏକୁଟିଆ ଦେଖି ଚୋରା ମଦ କାରବାର କରୁଥିବା ଜଣେ ଯୁବକ ଅଶ୍ଳୀଳ କମେଣ୍ଟ କରିଥିଲା । ମହିଳା ଜଣକ ପ୍ରଥମ ସେଥିପ୍ରତି ଧ୍ୟାନ ଦେଇନଥିଲେ । କିନ୍ତୁ ପରେ ଯୁବକର ଉପôାତ ବଢ଼ିବାରୁ ମହିଳା ଆଉ ସମ୍ଭାଳି ପାରି ନଥିଲେ । ସିଧାସଳଖ ଯୁବକ ପାଖକୁ ଯାଇ ଚପଲରେ ପିଟିଥିଲେ । ମହିଳାଙ୍କ ଅପ୍ରତ୍ୟାଶିତ ଆକ୍ରମଣରେ ଯୁବକ ଜଣକ ହଡ଼ବଡେ଼ଇ ପଳାଇବାକୁ ବସିଥିଲା । କିନ୍ତୁ ମହିଳା ଜଣକ ନଛୋଡ଼ବନ୍ଧା ଥିଲା । ଗୋଡ଼ାଇ ଗୋଡ଼ାଇ ତାଙ୍କୁ ପିଟି ଚାଲିଥିଲେ । ଏହା ଦେଖି କିଛି ଲୋକ ମଧ୍ୟ ମହିଳାଙ୍କୁ ସମର୍ଥନ କରିଥିଲେ । ଖବର ପାଇ ବାଳକାଟି ଫାଣ୍ଡି ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଯୁବକକୁ ପିସିଆରରେ ବସାଇ ଥାନାକୁ ନେଇଥିଲା ।