ମାଟ୍ରିକ ପରୀକ୍ଷା ଫଳ : ୫୯୪୫ ସ୍କୁଲରେ ସମସ୍ତେ ପାଶ

ମାଟ୍ରିକ ପରୀକ୍ଷା ଫଳ : ୫୯୪୫ ସ୍କୁଲରେ ସମସ୍ତେ ପାଶ

ମାଟ୍ରିକ ପରୀକ୍ଷା ଫଳ : ୫୯୪୫ ସ୍କୁଲରେ ସମସ୍ତେ ପାଶ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକରେ ୯୭.୮୯% ଛାତ୍ରଛାତ୍ରୀ ପାଶ କରିଛନ୍ତି  । ପୂର୍ବ ବର୍ଷ ଅପେକ୍ଷା ବହୁ ଅଧିକ ପ୍ରତିଶତ ପିଲା ପାଶ କରିଛନ୍ତି  । ଗତବର୍ଷ ଅପେକ୍ଷା ପ୍ରାୟ ୨୦% ଅଧିକ ପିଲା ପାଶ କରିଛନ୍ତି  । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନହୋଇଥିଲେବି ୫ ଲକ୍ଷ ୭୪ ହଜାର ୧୨୫ ଜଣ ଦଶମରେ ପାଠ ପଢ଼ୁଥିଲେ  । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି  । ୪୪୧୨ ପିଲା ସ୍କୁଲରେ ପରୀକ୍ଷା ନଦେଇ ଅନୁପସ୍ଥିତ ରହିଥିଲେ  ।  ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ୨୬୫୬ ଜଣ ଏ୧ ପାଶ କରିଥିବାବେଳେ ଏ୨ରେ ୨୨୧୩୧, ବି୧ରେ ୫୨୨୫୧ ଓ ବି୨ରେ ୯୪୪୭୫ ଜଣ ପାଶ କରିଛନ୍ତି  । ଏକ୍ସ ରେଗୁଲାରରେ ୫୨୨୮୯ ପିଲା ପରୀକ୍ଷା ଦେଇଥିବାବେଳେ ୪୭୦୬୦ ଜଣ ପାଶ କରିଛନ୍ତି  । ଅର୍ଥାତ ପାଶ ପ୍ରତିଶତ ୮୮% ରହିଛି  । ଅପରପକ୍ଷରେ ମଧ୍ୟମାରେ ୪୭୧୩ ପିଲା ପରୀକ୍ଷା ଦେଇଥିବାବେଳେ ୪୬୨୨ ଜଣ ପାଶ କରିଛନ୍ତି  । ପାଶ ହାର ୯୮% ରହିଛି  । ଐତିହାସିକ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି  । ଅପରାହ୍ନରେ ବୋଡର଼୍ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି  । ସଂଧ୍ୟା ୬ଟାରେ ୱେବସାଇଟ ଓ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ  ।  www.bseodisha.ac.in ଓ www.bseodisha.nic.in  ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ  । ଯଦି ଇଂଟରନେଟ ସୁବିଧା ନଥିବ ତେବେ ଏସଏମଏସ ମାଧ୍ୟମରେ ବି ମାଟ୍ରିକ ପରୀକ୍ଷା ଫଳ ଜାଣିହେବ  । ଏଥିପାଇଁ  OR01 ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିପାରିବ  ।