ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବୟସ୍କମାନଙ୍କୁ ଟିକାକରଣ

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବୟସ୍କମାନଙ୍କୁ ଟିକାକରଣ

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବୟସ୍କମାନଙ୍କୁ ଟିକାକରଣ
ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବୟସ୍କମାନଙ୍କୁ ଟିକାକରଣ । ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତଙ୍କୁ ଟିକାକରଣ କରାଯିବ । ବହୁବିଧ ରୋଗକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ । ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି । ଘରୋଇ କେନ୍ଦ୍ରରେ ଟିକା ନେବା ପାଇଁ ନିଦ୍ଧିଷ୍ଟ ଅର୍ଥ ଦେବାକୁ ପଡିବ । କେତେ ଦେବାକୁ ପଡିବ, ୩/୪ ଦିନ ମଧ୍ୟରେ ନିଷ୍ପତି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟଯେ, ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ଟିକା ଦିଆଯାଇଥିଲା । ପରେ ପୋଲିସ ମାନଙ୍କୁ ଟିକା ଦିଆଯାଇଛି । ଏବେ ବୟସ୍କ ମାନଙ୍କୁ ଟିକା ଦେବା ପାଇଁ ଘୋଷଣା କରାଯାଇଛି । ତେବେ ଅନେକ ଟିକା ପାଇଁ ପଞ୍ଜିକରଣ କରିଥିଲେ ବି ଡରରେ ଟିକା ନେଇ ନଥିବାରୁ ସରକାର କ୍ଷୋଭ ପ୍ରକାଶ କରିବା ସହ ଚେତାବନୀ ଦେଇଛନ୍ତି ।