ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା !
ମାଲକାନଗିରି: ମାଲକାନଗିରି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ନେଇ ଚର୍ଚ୍ଚା ହେଉଛି । ମିଳିଥିବା ଅଣ୍ଡାଟି ଚେପଟା ହୋଇଯାଉଥିବାବେଳେ ଆସ୍ତରଣ ଦେଖାଯାଉଛି । ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି । ହାଇଟେକ କଲୋନୀର ଜଣେ ବ୍ୟକ୍ତି ଉକ୍ତ ଅଣ୍ଡା କିଣିଥିଲେ । ତେବେ ଉକ୍ତ ଅଣ୍ଡା ସମ୍ପର୍କରେ ଏଯାଏଁ ଖାଦ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଏହା ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା। ସମ୍ବଲପୁରରେ ପ୍ଲାଷ୍ଟିକ ଅଣ୍ଡା ଏବଂ ପ୍ଲାଷ୍ଟିକ ଚାଉଳ ଦେଖିବାକୁ ମିଳିଥିଲା। ତେବେ ଆଜିର ଘଟଣା ପରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି।