ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ।

ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ।

ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ।
କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ମାସ୍କ କିଣାରେ ଦୁର୍ନୀତି ନେଇ ପ୍ରଦେଶ କଂଗ୍ରେସର ଏକ ଟିମ ଆଜି ରାଜ୍ୟପାଳଙ୍କୁ ରାଜଭବନରେ ଭେଟିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । କରୋନା ଦୁର୍ନୀତିର ପର୍ଦ୍ଧାଫାସ ପାଇଁ ରାଜ୍ୟପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି । ପୂର୍ବରୁ ମାସ୍କ କିଣାରେ ମହାଦୁର୍ନୀତି ହୋଇଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ତାମିଲନାଡ଼ୁର ଏକ ସଂସ୍ଥାରୁ ୧୬ ଟଙ୍କା ଦାମରେ ୩୦ ଲକ୍ଷ ମାସ୍କ ଆସିଛି । ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି । ସରକାରୀ ସଂସ୍ଥାରୁ ସାମଗ୍ରୀ କିଣିବାର ନିୟମ ଥିବାବେଳେ ଓଡ଼ିଶାରେ ତାହା କରାଯାଇନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ । ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର । ତେବେ ଏଥିପାଇଁ ମନ୍ତ୍ରୀ ନିଜେ ଉତ୍ତରଦାୟୀ ବୋଲି ସେ ଜାଣିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ଆରଟିପିସିଆର ମେସିନ ଦାମ ୪ରୁ ୫ ଲକ୍ଷ । ମାତ୍ର ଏହାକୁ ୧୨.୮୪ ଲକ୍ଷରେ କିଣାଯାଇଛି । କୋଭିଡ ମେସିନ ପାଇଁ ଗୋଟି କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦିଆଯାଇଛି । ପିପିଇ ମଧ୍ୟ ବହୁ ଅଧିକ ଦାମରେ କିଣା ଯାଇଛି । ପିପିଇ ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା । କିନ୍ତୁ ତାହା କରାଯାଇନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି କହିବା ସହ ବିଜେପି କାହିଁକି ପାଟି ଫିଟାଉନନାହିଁ ଏହାର ଉତ୍ତର ଦେବ କିଏ ବୋଲି ସେ ପ୍ରଶ୍ନ କରିଥିଲେ । ଏହାଛଡ଼ା ସେ କହିଥିଲେ ଯେ, ଆମେ ସିବିଆଇକୁ ଯିବୁନି, ସିଭିସିକୁ ଯିବୁ, ଲୋକାୟୁକ୍ତକୁ ଯିବୁ । ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବୁନି, ତାଙ୍କ ସଂଖ୍ୟା ଗରିଷ୍ଠତା ଅଛି । ତେବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଦୁର୍ନୀତି ହୋଇଛି କି ନାହିଁ । ଆମେ ଦୁର୍ନୀତିରେ ଲିପ୍ତ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଲୋକଙ୍କୁ ନମାରି କଣ କରିବେ ନିଷ୍ପତ୍ତି ନିଅନ୍ତୁ । ଆସନ୍ତା ୧୧ ତାରିଖରେ ରାଜ୍ୟପାଳଙ୍କୁ ଏନେଇ ସ୍ମାରକପତ୍ର ଦିଆଯିବ । ସମସ୍ତ ଜିଲ୍ଲାରୁ ସ୍ମାରକପତ୍ର ଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ।