ମୁଁ ଏବେ ହସ୍ପିଟାଲରୁ ଫେରିଛି ଏବଂ ଘରେ ଏକାନ୍ତବାସରେ ରହିବି : ସଚିନ

ମୁଁ ଏବେ ହସ୍ପିଟାଲରୁ ଫେରିଛି ଏବଂ ଘରେ ଏକାନ୍ତବାସରେ ରହିବି : ସଚିନ

ମୁଁ ଏବେ ହସ୍ପିଟାଲରୁ ଫେରିଛି ଏବଂ ଘରେ ଏକାନ୍ତବାସରେ ରହିବି : ସଚିନ
ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଗୁରୁବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି । କରୋନା ପଜିଟିଭ ପରେ ସେ ପ୍ରାୟ ଗୋଟିଏ ସପ୍ତାହ ଧରି ସତର୍କତା ମୂଳକ ପଦକ୍ଷେପ ପାଇଁ ଦକ୍ଷିଣ ମୁମ୍ବାଇର ଗୁରୁଗାଓଁ ସ୍ଥିତ ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଘରକୁ ଫେରିବା ପରେ ସାରା ବିଶ୍ୱରେ ତାଙ୍କର ଅଗଣିତ ପ୍ରଶଂସକ ଆଶ୍ୱସ୍ତ ହୋଇଛନ୍ତି । ‘ମୁଁ ଏବେ ହସ୍ପିଟାଲରୁ ଫେରିଛି ଏବଂ ଘରେ ଏକାନ୍ତବାସରେ ରହିବି । ତଥାପି ତୁମମାନଙ୍କର ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ପ୍ରକୃତରେ ଏହା ପ୍ରଶଂସନୀୟ । ମୋର ପୂରା ଯତ୍ନ ନେଇଥିବାରୁ ମୁଁ ମଧ୍ୟ ସମସ୍ତ ମେଡିକାଲ ଷ୍ଟାଫମାନଙ୍କ ନିକଟରେ କୃତଜ୍ଞ ।’ ବୋଲି ସଚିନ ଟ୍ୱିଟ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ମାର୍ଚ୍ଚ ୨୭ରେ ସଚିନ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ସଙ୍ଗରୋଧରେ ରହିଥିଲେ ।