ବ୍ୟାଡମିଂଟନର ବିକାଶ ପାଇଁ ଆଲୋଚନା

ବ୍ୟାଡମିଂଟନର ବିକାଶ ପାଇଁ ଆଲୋଚନା

ବ୍ୟାଡମିଂଟନର ବିକାଶ ପାଇଁ ଆଲୋଚନା
ବ୍ୟାଡମିଂଟନର ବିକାଶ ପାଇଁ ଆଲୋଚନା ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ୟାଡମିଂଟନର ଭିତିଭୂମି ବିକାଶ ସହିତ ଅତ୍ୟାଧୁନିକ ପ୍ରଶିକ୍ଷଣ ପାଇଁ ଆଲୋଚନା ହୋଇଯାଇଛି । ଏହି ଆଲୋଚନାରେ ଓମାର ରସିଦ ବ୍ୟାଡମିଂଟନ ଆସୋସିଏସନ୍ ଇଭେଂଟ ସମ୍ପାଦକ, ଭୁବନେଶ୍ୱର ବ୍ୟାଡମିଂଟନ ସଂଘର ସମ୍ପାଦକ ସନ୍ତୋଷ ଚୌଧୁରୀ ଓ ଯୁଗ୍ମ ସମ୍ପାଦକ ଦୀପ୍ତିରଞ୍ଜନ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଂଟର ସଫଳ ପରିଚାଳନା, କ୍ରୀଡାବିତମାନଙ୍କ ପାଇଁ ଉନ୍ନତି ଭିତିଭୂମି ପ୍ରତିଷ୍ଠା, ଜାତୀୟସ୍ତରୀୟ ପ୍ରଶୀକ୍ଷଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଏନେଇ ଖୁବ୍ଶୀଘ୍ର ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହ ବ୍ଲୁପ୍ରିଂଟ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି ।