ମୁଖ୍ୟମନ୍ତ୍ରୀ-କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ମୁଖ୍ୟମନ୍ତ୍ରୀ-କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ମୁଖ୍ୟମନ୍ତ୍ରୀ-କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ମଧ୍ୟରେ ବୈଠକ
ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ସୂଚନା ଦେଇ କହିଛନ୍ତି ଯେ, କୋଇଲା ରୟାଲଟି ବୃଦ୍ଧି ନେଇ ରାଜ୍ୟର ଦାବି ଉପରେ ବିଚାର କରାଯାଉଛି । ରାଜ୍ୟରେ ୨୪ଟି ଖଣିର ଅବଦô ୨୦୨୦ ମାର୍ଚ୍ଚ ୩୧ ତାରିଖରେ ସରିବ । ଶିଳ୍ପ ସଂସ୍ଥା କଞ୍ଚାମାଲ ପାଇବାରେ ଯେମିତି ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ପିଏସୟୁ ଓ ଅନ୍ୟ ସଂସ୍ଥା ଦ୍ୱାରା କଞ୍ଚାମାଲ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।