ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମ ଆଦି ଯାଞ୍ଚ କରନ୍ତୁ ଓ ସେଠାରେ ମଧ୍ୟାହ୍ନ ଭୋଜନ କରନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ- ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମ ଆଦି ଯାଞ୍ଚ କରନ୍ତୁ ଓ ସେଠାରେ ମଧ୍ୟାହ୍ନ ଭୋଜନ କରନ୍ତୁ ଭୁବନେଶ୍ୱର : ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀ ମାନେ ବାହାରେ ମଧ୍ୟାହ୍ନ ଭୋଜନ ନ କରି ଅନାଥାଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁ ମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଉପରୋକ୍ତ ଅନୁଷ୍ଠାନ ମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବର୍ତ୍ତା ସହିତ ସେହି ଅନୁଷ୍ଠାନ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବରେ ଜାଣିପାରିବେ । ଏହା ସେ ସବୁ ଅନୁଷ୍ଠାନ ମାନଙ୍କର ପରିଚାଳନାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ । ଏହିଭଳି ଗସ୍ତକୁ ଯଥା ସମ୍ଭବ, ଗୁପ୍ତ ରଖିବା ସହ ସାଥୀରେ ଯେପରି ୩-୪ ଜଣକୁ ଅଧିକ ଲୋକ ନ ଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।