୧୪୫ କିଲୋ ଓଜନର ରୁଟି
୧୪୫ କିଲୋ ଓଜନର ରୁଟି
admin
Oct 23, 2019 - 06:56
Updated: Oct 23, 2019 - 06:56
ଉତ୍ତର ଭାରତର ଏକ ପ୍ରମୁଖ ଖାଦ୍ୟ ଭାବେ ପରିଚିତ ‘ରୁଟି’ର ଆଦର ଏବେ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଦେଖିବାକୁ ମିଳୁଛି । ଗହମ ରୁଟିର ଚାହିଦା ଅଧିକ ହୋଇଥିବା ବେଳେ ଅନ୍ୟ ରୁଟିର ଚାହିଦା ମଧ୍ୟ ବଢ଼ୁଛି । ଏଇ ରୁଟି ପାଇଁ ଭାରତ ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି । ୨୦୧୨ ସେପ୍ଟେମ୍ବର ୨୨ରେ ଗୁଜରାଟ ସ୍ଥିତ ଜାମନଗର ଦଗଡ଼ୁ ସେଠ ନାମକ ଜଣେ ବ୍ୟକ୍ତି ବିଶ୍ୱର ସବୁଠୁ ବଡ଼ ରୁଟି ତିଆରି କରିଥିଲେ । ୧୪୫ କିଲୋ ଓଜନର ଏକ ରୁଟି ତିଆରି କରିଥିଲେ । ୧୪୫ ଓଜନର ଏହି ରୁଟି ତିଆରି ପାଇଁ ସେ ଆଉ ଜଣେ ବ୍ୟକ୍ତିଙ୍କର ସହାୟତା ନେଇଥିବା େଳେ ସାମଗ୍ରୀ ସବୁ ପୂର୍ବଦିନରୁ ପ୍ରସ୍ତୁତ କରିଥିଲେ । ଦେଢ଼ ଘଣ୍ଟା ମଧ୍ୟରେ ଅଟା ଚକଟି ରୁଟି ତିଆରି କରିବାରେ ଦଗଡ଼ୁ ସେଠ ସଫଳ ହୋଇଥିବାର ପ୍ରକାଶ । ୧୦ ଫୁଟ ଲମ୍ବା ଓ ୧୦ ଫୁଟ ଚଉଡ଼ାର ଏକ ତାୱା ଉପରେ ୨୦ ମିନିଟ୍ ମଧ୍ୟରେ ରୁଟି ସେକିଥିଲେ । ସ୍ଥାନୀୟ ଅଞ୍ଚଳରେ ଜଣେ ନାମୀ ରୋଷେୟା ଭାବେ ଜଣାଯାଉଥିବା ଦଗଡ଼ୁ କହିଛନ୍ତି ୧୫ ବର୍ଷ ବୟସରୁ ସେ ରୋଷେଇ କରିଆସୁଛନ୍ତି । ପ୍ରଥମେ ଅନ୍ୟଙ୍କ ପାଖରେ କାମ ଶିଖିଲେ ସମୟକ୍ରମେ ଟଙ୍କା ସଞ୍ଚୟ କରି ନିଜର ଏକ ହୋଟେଲ କରିଥିଲେ । ରେକର୍ଡ କରିବାର ନିଶାରେ ସେ ପ୍ରଥମେ ଏକ ବଡ଼ ରୁଟି ତିଆରି କରିବାକୁ ଯୋଜନା କଲେ । ଦଗଡ଼ୁ ସେଠ ଆସନ୍ତା ଗଣେଷ ପୂଜାରେ ୨୫୦ କିଲୋ ଓଜନର ଏକ ରୁଟି ତିଆରି କରିବାର ଲକ୍ଷ୍ୟ ରଖିଥିବାର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ।