ମୁଣ୍ଡରେ ଆଘାତ ପାଇଁ ଦ୍ୱିତୀୟ ଦିନିକିଆ ଖେଳିବେନି ପନ୍ତ
ମୁଣ୍ଡରେ ଆଘାତ ପାଇଁ ଦ୍ୱିତୀୟ ଦିନିକିଆ ଖେଳିବେନି ପନ୍ତ
admin
Jan 16, 2020 - 05:00
Updated: Jan 16, 2020 - 05:00
ମୁମ୍ବାଇ - ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ଅବସରରେ ମୁଣ୍ଡରେ ଆଘାତ ପାଇଥିବା ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ଫଳରେ ଶୁକ୍ରବାର ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ସେ ଖେଳିବେନି । ୱାଙ୍ଖଡେ଼ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ପ୍ୟାଟି୍ରକ କମିନ୍ସଙ୍କ ଏକ ବାଉନ୍ସରକୁ ପୁଲ ମାରିବାକୁ ଯାଇ ପନ୍ତ ଆହତ ହୋଇଥିଲେ । ୪୪ତମ ଓଭରରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏହି ଓଭରରେ ଦ୍ୱିତୀୟ ବଲରେ କମିନ୍ସଙ୍କ ବାଉନ୍ସରକୁ ପୁଲ ମାରିବାକୁ ପ୍ରୟାସ କରି ପନ୍ତ ବିଫଳ ହୋଇଥିଲେ । ବଲ ପନ୍ତଙ୍କ ବ୍ୟାଟରେ ବାଜିବା ପରେ ହେଲମେଟ୍ରେ ବାଜି ପଏଣ୍ଟ ଫିଲ୍ଡର ଆଷ୍ଟନ ଟର୍ଣ୍ଣରଙ୍କ ହାତକୁ ଚାଲିଯାଇଥିଲା । ୨୮ ରନ କରି ପନ୍ତ ପାଭିଲିୟନ ଫେରିଥିଲେ । ପରେ ଭାରତର ଫିଲ୍ଡିଂ ବେଳେ ପନ୍ତ ଗ୍ରାଉଣ୍ଡକୁ ଓହ୍ଲାଇ ନଥିଲେ । ତାଙ୍କ ସ୍ଥାନରେ ଲୋକେଶ ରାହୁଲ ୱିକେଟ୍ କିପିଙ୍ଗ କରିଥିଲେ । ମ୍ୟାଚ୍ ପରେ ପନ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଆଘାତ ସ୍ଥାନର ପରୀକ୍ଷା କରାଯାଇଥିଲା । ଆଘାତ ଗୁରୁତର ନଥିବା ସମସ୍ତ ସ୍କାନ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ପନ୍ତ ଡାକ୍ତରଖାନାରୁ ବାହାରିଥିଲେ । ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଏନସିଏ ପଠାଇ ଦିଆଯାଇଛି । ସେଠାରେ ପନ୍ତଙ୍କ ପାଇଁ ଜଣେ ସ୍ୱତନ୍ତ୍ର ମସ୍ତିଷ୍କ ବିଶେଷଜ୍ଞ ନିଯୁକ୍ତ କରାଯିବ । ତୃତୀୟ ଦିନିକଆ ପୂର୍ବରୁ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୯ ତାରିଖରେ ବେଙ୍ଗାଲୁରୁରେ ତୃତୀୟ ଦିନିକିଆ ଖେଳାଯିବ ।