ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ

ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ

ମେକ୍ସିକୋରେ  ବଡ଼ ଧରଣର  ଗୁଳିକାଣ୍ଡ


ଓ୍ୱାସିଂଟନ୍‌: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କିଛି ଲୋକ ଆହତ ହୋଇଛନ୍ତି । ୩ଜଣ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ମେକ୍ସିକୋ ସିଟିର ମେୟର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।
ଅଧିକାରୀ ଜଣକ କହିଛନ୍ତି, ସଂଗଠିତ ଅପରାଧ ସହ ଜଡିତ ବନ୍ଧୁକଧାରୀମାନେ ଦକ୍ଷିଣ ପଶ୍ଚିମ ମେକ୍ସିକୋର ସେନ ମିଗୁଏଲ୍ ଟୋଟୋଲାପାନରେ ସିଟି ହଲ୍ ଏବଂ ନିକଟସ୍ଥ ଘରେ ଗୁଳି ଚଳାଇଛନ୍ତି । ଏହି ଗୁଳିକାଣ୍ଡରେ ଅତିକମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ତିନିଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସିଟି ହଲର କାନ୍ଥରେ ଶହ ଶହ ଗୁଳି ଦୃଶ୍ୟମାନ ହେଉଛି ଜ୍ଝ ତାହା ସହ ହଲର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି ।

ଗୁଳିକାଣ୍ଡର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।