ମେଡ଼ିକାଲରୁ ବିଚାରଧୀନ କଏଦୀ ଫେରାର

ମେଡ଼ିକାଲରୁ ବିଚାରଧୀନ କଏଦୀ ଫେରାର

ମେଡ଼ିକାଲରୁ ବିଚାରଧୀନ କଏଦୀ ଫେରାର
ବରଗଡ଼: ପୁଣି ଥରେ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଛି ଜଣେ ବିଚାରଧୀନ କଏଦୀ । ଅଭିଯୁକ୍ତ ଜଣକ ହେଲେ ବରଗଡ଼ ବରପାଲିର ନକୁଳ ମାଝୀ । ସେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଯାଇଛି । ବରପାଲିର ନକୁଳ ମାଝୀ ସରପଞ୍ଚଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇ ବରଗଡ଼ ଉପ କାରାଗାରାରେ ଥିଲେ । ଗତକାଲି ତାଙ୍କୁ କୋର୍ଟରେ ହାଜର କରିବାକୁ ନେବାବେଳେ ସେ ନିଜ ହାତ କାଟି ଦେଇଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ପୋଲିସ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛି ନକୁଳ । ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।