ଯୁବ କଂଗ୍ରେସର ଶଗଡ ପ୍ରତିବାଦ

ଯୁବ କଂଗ୍ରେସର ଶଗଡ ପ୍ରତିବାଦ

ଯୁବ କଂଗ୍ରେସର ଶଗଡ ପ୍ରତିବାଦ
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ଶୋଭାଯାତ୍ରା ହୋଇଛି । ଯୁବ କଂଗ୍ରେସ କର୍ମୀ ଶଗଡ ଶୋଭାଯାତ୍ରା ଜରିଆରେ ପ୍ରତିବାଦ କରିଛନ୍ତି । ଆଜି ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ଶଗଡ ଶୋଭାଯାତ୍ରା ହୋଇଛି । ଶୋଭାଯାତ୍ରା ବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛନ୍ତି । ପେଟ୍ରୋଲ ଡିଜେଲ ଦର ଅହେତୁକ ଦର ବୃଦ୍ଧି ଏବଂ କଳା କୃଷି ବିଲ୍ ପ୍ରତ୍ୟାହାର ଦାବୀରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଙ୍କ ନେତୃତ୍ଵରେ ଶଗଡ ଯାତ୍ରା ରାଜଭବନ ଅଭିମୁଖେ ଯାତ୍ରା । ଏହି ଶୋଭାଯାତ୍ରାରେ ବହୁ ଯୁବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ସରକାର ଦିନକୁ ଦିନ ତୈଳ ଦର ବଢାଇବାରେ ଲାଗିଛି । ଏହି ତୈଳ ଦର ପ୍ରତିବାଦରେ ଶଗଡ ଶୋଭାଯାତ୍ରା କରାଯାଇଛି । ପାୱାର ହାଉସ ଛକରୁ ଆରମ୍ଭ କରି ରାଜବଭନ ପର୍ଯ୍ୟନ୍ତ ଶଗଡ ଶୋଭାଯାତ୍ରା କରାଯାଇଛି ।