କରୋନାରୁ ଆଉ ୧୩୮ ଜଣ ସୁସ୍ଥ

କରୋନାରୁ ଆଉ ୧୩୮ ଜଣ ସୁସ୍ଥ

କରୋନାରୁ ଆଉ ୧୩୮ ଜଣ ସୁସ୍ଥ
ଭୁବନେଶ୍ୱର : କରୋନାରୁ ଆଉ ୧୩୮ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ୩ ଲକ୍ଷ ୩୧ ହଜାର ୯୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୨୧, ପୁରୀରେ ୧୮, ସମ୍ବଲପୁରରେ ୧୮, ଅନୁଗୁଳରେ ୧୨, ବରଗଡ଼ରେ ୧୨, ଖୋର୍ଦ୍ଧାରେ ୧୦, ବାଲେଶ୍ୱରରେ ୮, କଟକରେ ୬, ଜଗତସିଂହପୁରରେ ୫, ଯାଜପୁରରେ ୬, ଝାରସୁଗୁଡ଼ାରେ ୫, ନୂଆପଡ଼ାରେ ୪, ଗଞ୍ଜାମରେ ୩, କେନ୍ଦ୍ରାପଡ଼ାରେ ୨, ଦେବଗଡ଼, କଳାହାଣ୍ଡି, କୋରାପୁଟ, କେନ୍ଦୁଝର ଓ ନୟାଗଡ଼ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟ ପୁଲରୁ ବି ଜଣେ ସୁସ୍ଥ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।