ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ ସୁର ରାଉତରାୟ ।

ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ ସୁର ରାଉତରାୟ ।

ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ ସୁର ରାଉତରାୟ ।
କାନ୍ଦିଲେ ବିଧାୟକ ସୁର ରାଉତରାୟ । ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ଶ୍ରୀ ରାଉତରାୟ । ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଲେ । ଏହି ଅବସରରେ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ । ଜଗନ୍ନାଥ ମହାପ୍ରଭୁ କ୍ଷମା ଦେବେ ନାହିଁ । ଗତ ରାତିରେ ମୁଁ ଶୋଇ ପାରିନି । ୬୫ ବର୍ଷ ହେଲା ରଥ ଭିଡ଼ି ଆସିଛି । ହେଲେ ଚଳିତ ବର୍ଷ ସେ ସୁଯୋଗ ଆଉ ମିଳିବ ନାହିଁ । ତେବେ ଏ ବର୍ଷ ନରେନ୍ଦ୍ର ମୋଦି ଷଡ଼ଯନ୍ତ୍ର କଲେ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଏହାଛଡ଼ା ରଥଯାତ୍ରା ଯଦି କରିବାର ନଥିଲା ତେବେ କାହିଁକି ଅନୁମତି ଦେଲ, ରଥ ନିର୍ମାଣ କଲ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।