ରାଜଧାନୀରେ ବାଲକୋନୀ କବାଟ ତାଡି ବଡ଼ ଲୁଟ

ରାଜଧାନୀରେ ବାଲକୋନୀ କବାଟ ତାଡି ବଡ଼ ଲୁଟ

ରାଜଧାନୀରେ ବାଲକୋନୀ କବାଟ ତାଡି ବଡ଼ ଲୁଟ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । ରାତି ଅଧରେ ବାଲକୋନୀ କବାଟ କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟେରା ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଲକ୍ଷ୍ମୀସାଗର ଝାରପଡା ବୈରାଗୀ ନଗରର ହରିଷ ଚନ୍ଦ୍ର ଜେନାଙ୍କ ଘରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଏଭଳି ବଡ଼ ଧରଣ ଚୋରି କମିଶନରେଟ ପୁଲିସର ନିଦ ହଜାଇ ଦେଇଛି, ପୁଲିସ ତଦନ୍ତ ଜୋର କରିଛିl

ସୁଚନା ମୁତାବକ, ଶନିବାର ରାତ୍ରୀ ସମୟରେ ବୈରାଗୀନଗର ପ୍ଲଟ ନମ୍ବର ୨୩୩/୩ ରେ ରହୁଥିବା ହରିଷ ଚନ୍ଦ୍ର ଜେନାଙ୍କ ଉପର ମହଲାରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପ୍ରବେଶ କରିଥିଲେ । ଏହାପରେ ବାଲକୋନିର କବାଟ ତାଡି ୪୦ ଭରି ସୁନା ସହ ନଗଦ ୪୦ରୁ ୪୫ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଆଜି ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।