ରାଜ୍ୟରେ ଅର୍ଦ୍ଧାଧିକ ଇଞ୍ଜିନିୟରିଂ ସିଟ ଖାଲି

ରାଜ୍ୟରେ ଅର୍ଦ୍ଧାଧିକ ଇଞ୍ଜିନିୟରିଂ ସିଟ ଖାଲି

ରାଜ୍ୟରେ ଅର୍ଦ୍ଧାଧିକ ଇଞ୍ଜିନିୟରିଂ ସିଟ ଖାଲି
ଭୁବନେଶ୍ୱର: ରାଜ୍ୟରେ ଡିଗ୍ରି ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଅର୍ଦ୍ଧାଧିକ ସିଟ୍ ଖାଲି ପଡ଼ୁଛି । ରାଜ୍ୟରେ ଥିବା ୯୩ଟି ଇଞ୍ଜିନିୟରିଂ କଲେଜରେ ସିଟ ସଂଖ୍ୟା ୩୧,୧୭୪ । ୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଛନ୍ତି ମାତ୍ର ୧୧,୭୪୫ ଜଣ ଛାତ୍ରଛାତ୍ରୀ । ଖାଲି ପଡ଼ିଛି ୧୨,୪୨୯ ସିଟ । ୯୩ଟି କଲେଜ ମଧ୍ୟରୁ ୩ଟିକୁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ଅନୁମତି ନେଇଛନ୍ତି । ଶନିବାର ବିଧାନସଭାରେ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉତ୍ତରରୁ ମିଳିଥିବା ତଥ୍ୟ ଅନୁଯାୟୀ ଡିପ୍ଲୋମା କଲେଜଗୁଡ଼ିକରେ ବି ୧୦ ହଜାରରୁ ଅଧିକ ସିଟ ଖାଲି ପଡ଼ିଛି । ରାଜ୍ୟରେ ଥିବା ୧୬୩ଟି ଡିପ୍ଲୋମା କଲେଜରେ ମୋଟ ସିଟ ସଂଖ୍ୟା ୪୫,୫୫୫ । ସେଥିରେ ୩୫,୫୩୫ ଜଣ ନାମ ଲେଖାଇଥିଲା ବେଳେ ୧୦,୦୨୦ଟି ସିଟ ଖାଲି ପଡ଼ିଛି । ରୁଗଣ ଅବସ୍ଥାରେ ଥିବା ଶିକ୍ଷାନୁଷ୍ଠାନକୁ ସରକାରୀ ସହାୟତା ପ୍ରଦାନ କରିବାକୁ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ ଜଣାଇଛନ୍ତି ।