ରାଜ୍ୟରେ ଆଉ ୨୬ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୨୬ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୨୬ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଉ ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂଆ ଚିହ୍ନଟଙ୍କ ମଧ୍ୟରେ କେବଳ ଗଞ୍ଜାମରୁ ୧୯ ଜଣ ଥିଲା ବେଳେ କେନ୍ଦ୍ରାପଡ଼ାରୁ ୫ ଏବଂ ଭଦ୍ରକରୁ ୨ ଅଛନ୍ତି । ଗଞ୍ଜାମର ୧୯ ଜଣ ଯାକ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଆକ୍ରାନ୍ତମାନେ ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ମିଳୁଛି । ଏଥିସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ ୩୪ ପଜିଟିଭ୍ ବାହାରିଥିଲେ । କେବଳ ଗଞ୍ଜାମରୁ ୨୪ ପଜିଟିଭ୍ ବାହାରିଥିଲେ । ସମସ୍ତେ ସୁରତ ଫେରନ୍ତା । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଇତିମଧ୍ୟରେ ସୁରତରୁ ଗଞ୍ଜାମକୁ ପ୍ରାୟ ୩୦ ହଜାର ପ୍ରବାସୀ ଆସିଲେଣି । ସମସ୍ତେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ତେଣୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ପ୍ରଶାସନ ଅସ୍ୱୀକାର କରୁଛି । ଆଜି ସକାଳୁ ନୂଆ ୨୬ ପଜିଟିଭ୍ ଆସିବା ପରେ ଗଞ୍ଜାମରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୭ କୁ ବୃଦ୍ଧି ପାଇଥିଲା ବେଳେ କେନ୍ଦ୍ରାପଡ଼ାରୁ ଆକ୍ରାନ୍ତଙ୍କ ସଂଖ୍ୟା ୮ ଏବଂ ଭଦ୍ରକରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି ।