ରାଷ୍ଟ୍ରପତି ବାଇଡେନ ଫୋନ କଲକୁ କାଟି ଦେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କାହିଁକି ଫୋନ୍ କଲ୍ କଟା ହେଉଛି....

ରାଷ୍ଟ୍ରପତି ବାଇଡେନ ଫୋନ କଲକୁ କାଟି ଦେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କାହିଁକି ଫୋନ୍ କଲ୍ କଟା ହେଉଛି....

ରାଷ୍ଟ୍ରପତି ବାଇଡେନ ଫୋନ କଲକୁ କାଟି ଦେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କାହିଁକି ଫୋନ୍ କଲ୍ କଟା ହେଉଛି....

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶିଖର ବୈଠକ ଆୟୋଜନ କରୁଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଫୋନ ଧରୁ ନାହାନ୍ତି । ହ୍ୱାଇଟ ହାଉସକୁ ପ୍ରବେଶ କରିବା ଇତି ମଧ୍ୟରେ ପ୍ରାୟ ୬ ମାସ ବିତିଲାଣି, କିନ୍ତୁ ବାଇଡେନଙ୍କ ସହ ସେ କଥା ହୋଇପାରୁନାହାନ୍ତି । ବାଇଡେନ ତାଙ୍କ ଫୋନ କଲକୁ କାଟି ଦେଉଥିବା ବେଳେ ଫୋନ କରୁନାହାନ୍ତି । ଏଥିନେଇ ଇମ୍ରାନ ବଡ଼ ଚିନ୍ତାରେ ଅଛନ୍ତି । କେବେ ତାଙ୍କୁ ବାଇଡେନ ଫୋନ କରିବେ ବା ତାଙ୍କ ଫୋନ ଧରିବେ ତାହାକୁ ସେ ଅପେକ୍ଷା କରିଛନ୍ତି । ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇମ୍ରାନଙ୍କ ଫୋନ ଧରି ନଥିଲେ । ଏ ସବୁ ଘଟଣା ନେଇ ଇମ୍ରାନ ନିଜକୁ ଲଜ୍ଜିତ ଅନୁଭବ କରୁଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ବିରୋଧୀ ଦଳ ନେତା ବିଲାୱାଲ ଭୁଟ୍ଟୋ ଜର୍ଦାରୀ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁ୍ୟରେସୀଙ୍କୁ ଏହି ଲଜ୍ଜା ନିବାରଣ ପାଇଁ ହ୍ୱାଇଟ ହାଉସକୁ ଫୋନ କରିବାକୁ ଏବେ ପରାମର୍ଶ ଦେଇଥିବା ଜଣାପଡିଛି । ଏହି ପାକିସ୍ତାନ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିଳାୱାଲ ଦର୍ଶାଇଛନ୍ତି । ସୂଚନା ଅନୁସାରେ ପାକିସ୍ତାନ ଆମେରିକାକୁ ବାୟୁସେନା ଘାଟି ପାଇଁ ସ୍ଥାନ ନ ଦେବା, ତୁର୍କୀ ସହିତ ମିଶି ବାଳୁତ ସୈନ୍ୟବାହିନୀ ଗଢ଼ିବା ଆମେରିକାକୁ ପାକିସ୍ତାନ ସେନାଧ୍ୟକ୍ଷଙ୍କ ସମାଲୋଚନା ଆଦି ଭଳି କେତେକ ସାମରିକ ଓ ରାଜନୈତିକ କାରଣ ନେଇ ବାଇଡେନ ଇମ୍ରାନଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ।