ରାୟପୁରରେ ମନ୍ତ୍ରୀ କରୁଥିଲେ ବୁଝାମଣା! ସାଲୁଜାଙ୍କ ସାଂଘାତିକ ଅଭିଯୋଗ

ରାୟପୁରରେ ମନ୍ତ୍ରୀ କରୁଥିଲେ ବୁଝାମଣା! ସାଲୁଜାଙ୍କ ସାଂଘାତିକ ଅଭିଯୋଗ

ରାୟପୁରରେ ମନ୍ତ୍ରୀ କରୁଥିଲେ ବୁଝାମଣା! ସାଲୁଜାଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ମମିତା ମେହେରଙ୍କ ହତ୍ୟା ଘଟଣା ନେଇ ପୁଣି ରାୟପୁର ଆସିଛି ଚର୍ଚ୍ଚାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର, ନରସିଂହ ମିଶ୍ରଙ୍କ ପରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଉଠାଇଛନ୍ତି ରାୟପୁର ପ୍ରସଙ୍ଗ । ମମିତାଙ୍କ ହତ୍ୟା ପୂର୍ବରୁ ଗତ ସେପ୍ଟେମ୍ବର ୨୦ରୁ ୨୩ ତାରିଖ ଭିତରେ ରାୟପୁରରେ କ’ଣ ହୋଇଥିଲା, ସେ କଥା ସାଲୁଜା ବଖାଣିଛନ୍ତି ଗଣମାଧ୍ୟମ ଆଗରେ ।

  ସାଲୁଜା କହିଛନ୍ତି, ମମିତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୦ ତାରିଖରେ ମମିତାଙ୍କୁ ନେଇ ଗୋବିନ୍ଦ ରାୟପୁର ଯାଇଥିଲେ । ସାଲୁଜାଙ୍କ କହିବା ମୁତାବକ ସେପ୍ଟେମ୍ବର ୨୦ ରୁ ୨୩ ତାରିଖ ପର୍ୟ୍ୟନ୍ତ ରାୟପୁରରେ ଏକାସାଙ୍ଗରେ ଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଗୋବିନ୍ଦ ଓ ମମିତା  ଥିଲେ ।  ସେଠାରେ ବୁଝାବଣା କରିବାକୁ ଚେଷ୍ଠା କରିଥିଲେ ମନ୍ତ୍ରୀ । ୨୦ ତାରିଖରେ ମମିତା ଘରୁ ବାହାରିଥିଲେ । ପରେ ଗୋବିନ୍ଦ ତାଙ୍କୁ ରାୟପୁରକୁ ନେଇ ଆସିଥିଲେ । ୨୩ ତାରିଖରେ ମମିତା ନିଜ ଘରକୁ ଫେରିଥିଲେ । ମମିତାଙ୍କ ସହ ବୁଝାମଣା ନ ହୋଇପାରିବାରୁ ଷଡ଼ଯନ୍ତ୍ର କରି ତାଙ୍କୁ ଫୋନ କରି ଡକାଇଥିଲା ଗୋବିନ୍ଦ । ଆଉ ପୂର୍ବ ଯୋଜନା ଅନୁଯାୟୀ ଅତି ନିର୍ମମ ଭାବେ ମମିତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ଖିଅ ଧରିବାକୁ ହେଲେ ମନ୍ତ୍ରୀ, ଗୋବିନ୍ଦଙ୍କ ଫୋନ୍ କଲ୍ ଯାଂଚ ହେବା ଦରକାର । ମନ୍ତ୍ରୀ କେତେ ଥର ରାୟପୁର ଯାଇଛନ୍ତି, ତାହା ବି ପୁଲିସ ଅନୁସନ୍ଧାନ କରିବା ଆବଶ୍ୟକ ।

ଏହା ସହ ସେ କହିଛନ୍ତି ଲାପଟପ୍‌,ପେନଡ଼୍ରାଇଭ୍କୁ ଚେକ୍ କଲେ ସବୁ ତଥ୍ୟ ସାମ୍ନାକୁ ଆସି ପାରିବ । ପୋଲିସ୍ ସବୁ ଜାଣିଶୁଣି ଏ ଦିଗରେ ତଦନ୍ତ କରୁନାହିଁ ବୋଲି ଅଭିଯୋଗ ବାଢିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା ।