ସୌମ୍ୟଙ୍କୁ ଆଉ ଟିକେଟ ମିଳିବନି: ତାରା

ସୌମ୍ୟଙ୍କୁ ଆଉ ଟିକେଟ ମିଳିବନି: ତାରା

ସୌମ୍ୟଙ୍କୁ ଆଉ ଟିକେଟ ମିଳିବନି: ତାରା

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ନେଇ ରାଜ୍ୟ ଉଠୁଥିବା ପଡ଼ୁଥିବାବେଳେ ନିଜ ସମ୍ପାଦକୀୟ ଲେଖା ମାଧ୍ୟମରେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଭଳି ଲେଖା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ନେତା ତାରା ବାହିନୀପତି । ହେଲେ ତାରା ଆହୁରି କହିଛନ୍ତି, ସତ ଲେଖୁଥିବାରୁ ବିଜେଡି ଆଗାମୀ ନିର୍ବାଚନରେ ସୌମ୍ୟଙ୍କୁ ଆଉ ଟିକେଟ ଦେବ ନାହିଁ । ଏମିତି ଲେଖା ଲେଖି ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣୁଥିବାରୁ କେବେ ସୌମ୍ୟଙ୍କ ଘରେ ଭିଜିଲାନ୍ସ ରେଡ୍ ହେବ, ତାହା ଦେଖିବାକୁ ଅପେକ୍ଷା ରହିଲା ବୋଲି ତାରା କହିଛନ୍ତି ।

ତାରା କହିଛନ୍ତି,  ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାରଙ୍କୁ ସୌମ୍ୟବାବୁ ଯେଉଁଭଳି ଟାର୍ଗେଟ କରିଛନ୍ତି, ତାକୁୁ ମୁଁ ସ୍ୱାଗତ କରୁଛି।  ଆଗ ମାଟି, ତା” ପରେ ପାର୍ଟି; ସୌମ୍ୟ ବାବୁଙ୍କୁ ଧନ୍ୟବାଦ ଜଣାଉଛି।  ଅପ୍ରି୍ୟ ସତ୍ୟ ଲେଖି ସରକାରଙ୍କୁ ଆଣ୍ଠଉଛନ୍ତି ସୌମ୍ୟ ବାବୁ।  

ପ୍ରକାଶ ଯେ,  ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଖବରକାଗଜର  ସ୍ୱତନ୍ତ୍ର ସ୍ତମ୍ଭ  ଆମ ଘରର ହାଲଚାଲରେ ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି।