କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବଳ ବଢ଼ାଇ ଦଳ ଆଗକୁ ବଢ଼ିବ। ଏଥିପାଇଁ ସାରା ଦେଶରେ କଂଗ୍ରେସ ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଓଡ଼ିଶାରେ ବି ଏହାର ଶୁଭାରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ରାଜ୍ୟସ୍ତରୀୟ ବିରାଟ କାର୍ୟ୍ୟକ୍ରମ ଆୟୋଜନ କରାଯାଇ ସଭ୍ୟ ସଂଗ୍ରହ ଅଭିଯାନର ଆରମ୍ଭ ହୋଇଛି। ଏଥିରେ ବହୁ ସଂଖ୍ୟକ ଯୁବକ, ଯୁବତୀ, ମହିଳା ସାମିଲ ହୋଇ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇ କଂଗ୍ରେସ ପରିବାରରେ ଯୋଡ଼ି ହୋଇଛନ୍ତି। ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଏହି ଅଭିଯାନ ଜାରି ରହିବ। 

  ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଉଭୟ ମୋଦି ଓ ନବୀନ ସରକାର ଲୋକଙ୍କୁ ପ୍ରତାରଣା ଦେଇଛନ୍ତି । ଏହାର ଜବାବ ଦେବାକୁ ହେଲେ ଆମକୁ କଂଗ୍ରେସକୁ ଆହୁରି ବଳିଆନ କରିବାକୁ ହେବ । ଏଥିପାଇଁ ସମସ୍ତେ ଏହି ଅଭିଯାନରେ ଯୋଡ଼ି ହୋଇ କଂଗ୍ରେସର ସଭ୍ୟ ହୁଅନ୍ତୁ। କଂଗ୍ରେସ ହିଁ ଦେଶ ଓ ରାଜ୍ୟକୁ ସୁଶାସନ ଦେବା ସହ ଚାଷୀ, ଶ୍ରମିକ, ଯୁବକ ସଭିଙ୍କୁ ନ୍ୟାୟ ଦେଇପାରିବ।

  ଆଜି ସଭ୍ୟ ସଂଗ୍ରହ ଅଭିଯାନରେ ଶରତ ପଟ୍ଟନାୟକ, ଜୟଦେବ ଜେନା, ପିସିସି କାର୍ୟ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା, ଶରତ ରାଉତ, ଏ.ରାଜୁ, ସାଂସଦ ସପ୍ତଗିରି ଉଲାକା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଯଜେ୍ଞଶ୍ୱର ବାବୁ,  ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ଦଳର ବହୁ ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ। 

ସଭ୍ୟ ସଂଗ୍ରହ ସଂକ୍ରାନ୍ତରେ ଦଳ ପକ୍ଷରୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି, ପାଚଂ ବର୍ଷ ପର୍ୟ୍ୟନ୍ତ କଂଗ୍ରେସର ସଭ୍ୟ ହେବା ପାଇଁ ୫ ଟଙ୍କା ପ୍ରଦାନ କରିବାକୁ ପଡିବ। ଏଥିପାଇଁ ବ୍ଲକରେ ଏକ ପଞ୍ଜୀକରଣ ରେଜିଷ୍ଟ୍ରର କରାଯିବ। ପରେ ଏହାର ଏକକିତା କପି ଜିଲ୍ଲା କଂଗ୍ରେସ କମିଟିକୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଯେଉଁମାନେ ୨୦୨୨ ମାର୍ଚ୍ଚ ସୁଦ୍ଧା କଂଗ୍ରେସର ସଭ୍ୟ ହେବେ ସେମାନେ କଂଗ୍ରେସର ସାଂଗଠନିକ ନିର୍ବାଚନରେ ଭୋଟ ଦେବାର ସୁଯୋଗ ପାଇପାରିବେ। ସେହିପରି ଯେଉଁମାନେ ଅତିକମରେ ୩ ବର୍ଷ ଦଳର ସଭ୍ୟ ଥିବେ ସେମାନଙ୍କୁ ଦଳୀୟ ପଦାଧିକାରୀ ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିପାରିବ। ଦଳର ପଦାଧିକାରୀ ହେବା ପାଇଁ ଚାହୁଁଥିବା ନେତାମାନଙ୍କୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ବେଣୁଗୋପାଳ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି । ଉଭୟ ଅନଲାଇନ ଓ ଅଫଲାଇନରେ ସଭ୍ୟ ପଞ୍ଜୀକରଣ କରାଯିବ। ସଭ୍ୟ ସଂଗ୍ରହ ପାଇଁ ପିସିସି ପକ୍ଷରୁ ଜଣେ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯିବ।