ରୁପା ମୁଦି ପିନ୍ଧିଲେ ବଦଳିପାରେ ଭାଗ୍ୟ, କିପରି ବଦଳିବ ଜାଣନ୍ତୁ

ରୁପା ମୁଦି ପିନ୍ଧିଲେ ବଦଳିପାରେ ଭାଗ୍ୟ, କିପରି ବଦଳିବ ଜାଣନ୍ତୁ

ରୁପା ମୁଦି ପିନ୍ଧିଲେ ବଦଳିପାରେ ଭାଗ୍ୟ, କିପରି ବଦଳିବ ଜାଣନ୍ତୁ

ମୁଦି ପିନ୍ଧିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି ।  ସୁନା, ରୁପା, ହୀରା ଓ ଅନ୍ୟ ଧାତୁନିର୍ମିତ ମୁଦି ସହ ଆଜିକାଲି ବହୁ ଷ୍ଟାଇଲିସ୍‌ ମୁଦି ମଧ୍ୟ ବଜାରରେ ମିଳୁଛି ।  ତେବେ ମୁଦି ପିନ୍ଧିବାବେଳେ କିଛି ଦିଗ ଉପରେ ନଜର ଦେଲେ, ଆପଣଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ମଧ୍ୟ ରହିଛି । ସବୁପ୍ରକାର ମୁଦିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ନାହିଁ ।  ଶାସ୍ତ୍ର ଅନୁସାରେ, ରୁପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିପାରିବ ।  କେବଳ ରୁପା ମୁଦି ନୁହେଁ, ବରଂ ରୁପା ପାତ୍ରର ବ୍ୟବହାରରୁ ମଧ୍ୟ ବହୁ ଫାଇଦା ମିଳିଥାଏ ।  ଆସନ୍ତୁ ଜାଣିବା, ରୁପା ମୁଦି ପିନ୍ଧିବା ଓ ରୁପା ପାତ୍ର ବ୍ୟବହାର ଦ୍ୱାରା କିପରି ଭାଗ୍ୟ ବଦଳିଯାଏ ।

–ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରୁପା’ର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଛି । ଏହା ଆମ ଶରୀରରେ ଥିବା ଜଳ ଓ କଫକୁ ନିୟନ୍ତ୍ରଣ କରିଥାଏ ।

–ଶାସ୍ତ୍ର ଅନୁସାରେ, ରୁପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ ।

–କୁହାଯାଏ, ରୁପା ମୁଦି ପିନ୍ଧିଲେ,ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ ।  ଏହାଦ୍ୱାରା ସ୍ୱାସ୍ଥ୍ୟାଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

–ଘରେ ରୁପାନିର୍ମିତ ପାତ୍ର ବ୍ୟବହାର କରୁଥିଲେ, ଏଥିରୁ ଫାଇଦା ମଧ୍ୟ ମିଳେ ।  ରୋଷେଇ ଘରେ ଅବା ଘରସଜ୍ଜାରେ ରୁପା ସାମଗ୍ରୀ ବ୍ୟବହାର କଲେ, ଏହା ଆପଣଙ୍କ ଜୀବନରେ ସକାରାତ୍ମକ ଭାବ ଭରିଦେଇଥାଏ ।

–ହାତର ଛୋଟ ଅଙ୍ଗୁଳିରେ ରୁପା ମୁଦି ପିନ୍ଧିଲେ, ଆପଣଙ୍କ ଜୀବନରେ ସକାରାତ୍ମକ ଭାବନା ମଧ୍ୟ ଜାଗ୍ରତ ହେବ ।  ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ । ରୁପା ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ଆପଣଙ୍କ ନିୟନ୍ତ୍ରଣ ରହିବ ।

–ଦୋକାନରୁ ରୁପା ମୁଦି କିଣିବା ପରେ କୌଣସି ଏକ ଗୁରୁବାର ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ ।  ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଅଙ୍ଗୁଳିରେ ପିନ୍ଧି ନିଅନ୍ତୁ। ଦେଖିବେ, ଆପଣଙ୍କ ଭାଗ୍ୟ ବଦଳିଯିବ ।