ରେଲ ଅନୁଦାନ ନୈରାଶଜନକ : ପଦ୍ମନାଭ

ରେଲ ଅନୁଦାନ ନୈରାଶଜନକ : ପଦ୍ମନାଭ

ରେଲ ଅନୁଦାନ ନୈରାଶଜନକ : ପଦ୍ମନାଭ
ଭୁବନେଶ୍ୱର: ରେଳ ବଜେଟ ଓଡିଶା ପାଇଁ ନୈରାଶଜନକ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ, ଆମେ ୭୨୦୦ କୋଟି ଟଙ୍କା ମାଗିଥିଲୁ । ବ୍ୟୟବରାଦ ମାତ୍ର ୪୫୦୦ କୋଟି ଟଙ୍କା ହୋଇଛି । ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୫୦୦ କୋଟି ମିଶାଇ ୪୫୦୦ କୋଟି ମିଳିଛି । ରେଳ ବଜେଟରେ କୋଣସି ନୂଆ ଲାଇନ ବା ନୂଆ ପ୍ରୋଜେକ୍ଟ ନାହିଁ । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି ଧାମ ନାଁ ନାହିଁ । ତାଳଚେର-ବିମଳାଗଡ ପାଇଁ ମାତ୍ର ୧୦ କୋଟି ଟଙ୍କା ରହିଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ପ୍ରକାଶ ଯେ, ଓଡ଼ିଶା ପାଇଁ ରେଳ ବଜେଟରେ ୫୫୨୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟ କରି ଆଜି ସୂଚନା ଦେଇଥିଲେ । ତାଙ୍କ ସୂଚନା ଅନୁଯାୟୀ ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଛି । ୨୦୨୧-୨୨ରେ ଅନୁଦାନ ହାର ୫୬୦% ଅଧିକ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ସୂଚନା ଦେଇଛନ୍ତି । ନୂଆ ରେଳ ପଥ, ଗେଜ ପରିବତ୍ତ;ନ ଓ ଦୋହରୀକରଣ ଲାଗି ୩୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ୩୯ଟି ପ୍ରକଳ୍ପରେ ୪୮୭୭ କିମି ପାଇଁ ମୋଟ ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଥିଲେ ।