ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର

ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର

ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର - ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦାନ ଚାଲାଣ ବେଳକୁ ବେଳ ବଢିବାରେ ଲାଗିଛି । ଯେତେ ସଚେତନତା କରାଯାଉଥିଲେ ମଧ୍ୟ ଦାଦନ ଚାଲାଣ କମିବା ନା ଧରୁନାହିଁ । ବିଡମ୍ବନାର କାରଣ ଯେ ବିଦେଶରେ କାର୍ଯ୍ୟ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇ କେହି କେହି ମୃତ୍ୟୁବରଣ କରୁଥିବା ବେଳେ ଅନେକ ଲୁଚି ଘରକୁ ଫେରିଆସୁଛନ୍ତି । ହେଲେ ତଥାପି ପେଟ ଚାଖଣ୍ଡକ ପାଇଁ ବିଦେଶ ଜିବାକୁ ବାଧ୍ୟ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ଉଦ୍ଧାର ଶ୍ରମିକ । ସୁଚନା ମୁତାବକ ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଆଜି ସକାଳୁ ସକାଳୁ ତୁରେକେଲା ରେଲୱେ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୁଲିସ୍। ସମସ୍ତ ଉଦ୍ଧାର ଦାଦନ ଶ୍ରମିକ ବେଳପଡା ବ୍ଲକର ବୋଲି ଜଣା ପଡିଛି। ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ଜଣାଯାଇଛି। ତେବେ ଉଦ୍ଧାର ଶ୍ରମିକଙ୍କୁ କିଏ, କେଉଁଠିକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶ୍ରମିକମାନେ ପଞ୍ଜିକୃତ ହେଇଛନ୍ତି ନା ନାହିଁ , ଏ ନେଇ ପୋଲିସ ତଦନ୍ତ ଜାରୀ ରଖିଛି। ଗତକାଲି କଣ୍ଟାବାଜିଂ ରେଲୱେ ଷ୍ଟେସନରୁ ୧୬ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ।