ଲକଡାଉନ ହଟାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବି ।
ଲକଡାଉନ ହଟାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବି ।
admin
May 12, 2020 - 06:02
Updated: May 12, 2020 - 06:02
ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି ଆସନ୍ତା ୧୭ ତାରିଖରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏହା ପରେ କଣ କରାଯିବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ହଟାଇବା ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ମତ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନାକୁ ବ୍ୟାପିବାରୁ ରୋକିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବା ଦରକାର । ଦେଶର ବିଭିନ୍ନ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଏହା ଆହୁରି ତ୍ୱରାନ୍ୱିତ ହେବ । କିନ୍ତୁ ଭାରତକୁ କରୋନା ମୁକ୍ତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାଜ୍ୟ ଗୁଡ଼ିକର ପରାମର୍ଶ ଅନୁଯାୟୀ ଦେଶର ପରବର୍ତ୍ତୀ କରୋନା ମୁକାବିଲା ରାସ୍ତା ଫିଟିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଜଣାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କରୋନା ଭୂତାଣୁର ସଂକ୍ରମଣ ଯେଭଳି ଗ୍ରାମାଞ୍ଚଳକୁ ନ ବ୍ୟାପିବ ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ମୋଦି କହିଛନ୍ତି ।